୪ ଆରପିଏଫ୍‌ ଅଧିକାରୀଙ୍କୁ ମହାନିର୍ଦ୍ଦେଶକ ପଦକ

ଭୁବନେଶ୍ବର : ପୂର୍ବତଟ ରେଳପଥର ୪ ଜଣ ଆରପିଏଫ୍ ଅଧିକାରୀଙ୍କୁ ରେଳବାଇ ସୁରକ୍ଷା ବଳ ମହାନିର୍ଦ୍ଦେଶକ ପଦକ ସମ୍ମାନରେ ସମ୍ମାନିତ କରାଯାଇଛି। ଖୋର୍ଦ୍ଧାରୋଡ ରେଳ ମଣ୍ଡଳର ମଣ୍ଡଳ ସୁରକ୍ଷା ଆୟୁକ୍ତ ଏମ ସମ୍ବାଶିବା ରାଓଙ୍କ ସମେତ ଇନ୍ସପେକ୍ଟର ଶ୍ୟାମଲାଲ୍‌ ସହଦେବନ, ଅନିଲ କୁମାର ସିଂହ, ସବ୍-ଇନ୍ସପେକ୍ଟର ପ୍ରମୋଦ କୁମାର ପାଣିଙ୍କୁ ଏହି ସମ୍ମାନ ମିଳିଛି। ନିଜ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏମାନେ ସମ୍ମାନିତ ହୋଇଛନ୍ତି। ରେଲୱେ ବୋର୍ଡର ଡିଜି/ଆରପିଏଫ୍ ପକ୍ଷରୁ ଡିଜି ଇନସିଗନିଆ(ଆରପିଏଫ୍ ମହାନିର୍ଦ୍ଦେଶକ ପଦକ ସମ୍ମାନ) ସର୍ବାଧିକ ପୁରସ୍କାର। ସାଧାରଣତଃ ଜଣେ ଅଧିକାରୀଙ୍କ ଚାକିରୀ ସମୟ ମଧ୍ୟରେ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଥରେ ମାତ୍ର ଏହି ପୁରସ୍କାର ପ୍ରଦାନ କରାଯାଇଥାଏ।

ସମ୍ବନ୍ଧିତ ଖବର