ଆମେ ଧୀରେ ଧୀରେ ଭଲ ସ୍ଥିତିକୁ ଆସୁଛେ: ସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣର ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କୋଭିଡର ଯେତିକି ଭ୍ୟାରିଏଣ୍ଟ ଅଛି, ସେତିକି ଭ୍ୟାରିଏଣ୍ଟରେ ଓମିକ୍ରନ ଅଧିକ ଅଛି। ଯେତିକି ସାମ୍ପୁଲ ଯାଇଥିଲା ସେଥିରୁ ୯୮ ପ୍ରତିଶତ ଓମିକ୍ରନ ଚି଼ହ୍ନଟ ହୋଇଛନ୍ତି। ଓମିକ୍ରନର ପ୍ରଭାବ କଥା ଯଦି ଦେଖିବା, ତାହେଲେ ରାଜ୍ୟରେ ଅଧିକ ଗୁରୁତର କଥା ରହିବ ନାହିଁ।
ଓମିକ୍ରନ ଭ୍ୟାରିଏଣ୍ଟରେ ଯେପରି ଅନ୍ୟ ଦେଶ ବା ରାଜ୍ୟରେ କେସ୍ କମୁଛି, ସେପରି ଆମ ରାଜ୍ୟରେ କେସ୍ କମିବ ବୋଲି ଆମର ଆଶା ରହିଛି। ମୋଟାମୋଟି କହିବାକୁ ଗଲେ, ଆମେ ଆମ ରାଜ୍ୟରେ ଧୀରେ ଧୀରେ ଭଲ ସ୍ଥିତିକୁ ଆସୁଛେ।

ସମ୍ବନ୍ଧିତ ଖବର