ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ମତ ରଖିଛନ୍ତି। ସେ କହିଛନ୍ତି, ସମଗ୍ର ଦେଶରେ ସଂକ୍ରମଣ ବଢୁଛି। ଆମର ବି ୫୦୦ରୁ ୬୦୦ ଭିତରେ ରହୁଛି ଦୈନିକ ସଂକ୍ରମଣ। ପ୍ରଥମ ଲହର ଆଉ ବର୍ତ୍ତମାନ ଭିତରେ ବହୁତ ଫରକ ରହିଛି। ଫରକ ହେଉଛି ପ୍ରଥମ ଓ ଦ୍ୱିତୀୟ ଲହରରେ ୧୫ ପ୍ରତିଶତ ଲୋକେ ମେଡିକାଲ ଯାଉଥିଲେ। ଏବେ ୩୩୬୦ ଆକ୍ଟିଭ କେସ ମଧ୍ୟରୁ ମାତ୍ର ୩ ଜଣ ହସ୍ପିଟାଲରେ ରହିଛନ୍ତି, ଯାହା କି ବହୁତ ନଗଣ୍ୟ। ଏହାର ଅର୍ଥ ଅଧିକାଂଶ ଲୋକେ ବିନା ଲକ୍ଷଣଯୁକ୍ତ ରହୁଛନ୍ତି। ଆଉ ଯଦି ଲକ୍ଷଣ ରହିଛି, ସେମାନେ ଅଧିକ ସିଭିୟର ହେଉ ନାହାନ୍ତି କି ଡାକ୍ତରଖାନା ଯାଉନାହାନ୍ତି। ଯେଉଁମାନେ ବହୁବିଧ ରୋଗରେ ଆକ୍ରାନ୍ତ ସେମାନେ ଟିକିଏ ମେଡିକାଲର ଆବଶ୍ୟକ କରୁଛନ୍ତି।
ଆମର ସେହି ଓମିକ୍ରନ ଭ୍ୟାରିଆଣ୍ଟ ରହିଛି। ଗତ ୪ ମାସ ହେବ ଡେଲଟାର ଉପସ୍ଥିତି ଆଉ ନାହିଁ ଆମ ରାଜ୍ୟରେ। ବର୍ତ୍ତମାନ ସୁଦ୍ଧା ଡେଲଟା ପରି ଭୟଙ୍କର ହେବା ଭଳି କୌଣସି ଭ୍ୟାରିଆଣ୍ଟ ଚିହ୍ନଟ ହୋଇନାହିଁ। ଆମେ ଏବେ ବି ନିବେଦନ କରୁଛୁ ଲକ୍ଷଣଯୁକ୍ତ ଲୋକେ ପରୀକ୍ଷା କରି ଆଇସୋଲେଟ ହୁଅନ୍ତୁ। ଆମ ରାଜ୍ୟର ଉପରମୁହାଁ ହେଉଥିବା ଟ୍ରେଣ୍ଡ କିଛି ପରିମାଣରେ ବଢ଼ିବ, ମାତ୍ର ସେପରି ଭୟଙ୍କର ହେବ ନାହିଁ। ଯାହା ଅନୁମାନ କରାଯାଉଛି, ଏହା ବେଶୀ ଦିନ ରହିବ ନାହିଁ। ଖୁବ୍ ଶୀଘ୍ର ତଳମୁହାଁ ହେବ।
ଘରୋଇ ହସ୍ପିଟାଲରେ କୋଭିଡ ପରୀକ୍ଷା ଲାଗି ଅଧିକ ଟଙ୍କା ନିଆଯାଉଥିବା ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସରକାରୀ ବ୍ୟବସ୍ଥାରେ କୋଭିଡ ପରୀକ୍ଷା ମାଗଣା ହେଉଛି। ଲୋକେ ଘରୋଇ ହସ୍ପିଟାଲକୁ କାହିଁକି ଯାଉଛନ୍ତି। ଆମେ ସରକାରୀ ବ୍ୟବସ୍ଥାରେ ମାଗଣାରେ ଲୋକଙ୍କୁ ଡାକୁଛୁ। ଆସିକି ଟେଷ୍ଟିଂ କରିବା ପାଇଁ। ଓଡ଼ିଶା ଏକମାତ୍ର ରାଜ୍ୟ, ଯେଉଁଠି ମାଗଣା ଟେଷ୍ଟିଂ ଟ୍ରିଟମେଣ୍ଟ ମାଗଣା ନେବା ଆଣିବା ପାଇଁ ବ୍ୟବସ୍ଥା କରାଯାଇଛି। ଲୋକେ ତାହାର ସୁବିଧା ନିଅନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/maleria-niranjan-mishra.jpg)