ଭୁବନେଶ୍ବର: ଟମାଟୋ ଫ୍ଲୁ ରୋଗ ସଂପର୍କରେ ନଜର ପ୍ରତିକ୍ରିୟା ରଖି ଜନସ୍ଵାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ଏହା ଏକ ଭାଇରାଲ ରୋଗ। ଏହା ଏହି ସମୟରେ ହୁଏ। ଏହାର ଲକ୍ଷଣ ହେଉଛି ପିଲା ଖାଇବ ନାହିଁ, ବାନ୍ତି ହେବ, ଦେହ ଯାକ ଫଳିଯିବ,ନାଲି ପଡ଼ିଯିବ,ଜର ହେବ।ରାଜ୍ୟରେ ଏଭଳି କେତେ କେସ ଅଛି ଜାଣିବା ପାଇଁ ମେଡିକାଲ କଲେଜ ଗୁଡିକୁ ରିପୋର୍ଟ ମାଗିଥିଲୁ। ଆରଏମଆରସି ଏହି ଭାଇରଲ ଭାଇରସର ଚିହ୍ନଟ କରିବେ। ନମୁନା ସଂଗ୍ରହ କରାଯାଇ ପଠାଯିବ। ଏହା ହ୍ୟାଣ୍ଡ ମାଉଥ ଫୁଟ ରୋଗ ବୋଲି ସନ୍ଦେହ କରାଯାଉଛି। ଏହି ସନ୍ଦେହକୁ ଦୂର କରିବା ପାଇଁ ନମୁନା ସଂଗ୍ରହ କରି ଆରଏମଆରସିକୁ ପଠାଯିବ।
ଜିଲ୍ଲା ଓ ଶିଶୁ ରୋଗ ବିଶେଷଜ୍ଞମାନଙ୍କ ସହ ଏ ନେଇ ସ୍ୱାସ୍ଥ୍ୟ ବିଭାଗର ଆଲୋଚନା ଜାରି ରହିଛି। ଜିଲ୍ଲା ଚିକିତ୍ସାଳୟଗୁଡ଼ିକୁ ଆକ୍ରାନ୍ତ ଶିଶୁଙ୍କ ନମୁନା ସଂଗ୍ରହ କରି ପଠାଇବାକୁ ନିର୍ଦେଶ ଦିଆଯାଇଛି ବୋଲି ଜନସ୍ଵାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।
ଟମାଟୋ ଫ୍ଲୁ ଏକ ଭାଇରାଲ ରୋଗ: ଜନସ୍ଵାସ୍ଥ୍ୟ ନିର୍ଦେଶକ
/sambad/media/post_attachments/wp-content/uploads/2021/09/dr-niranjan-mishra-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)