ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ୫ଟି ଶିକ୍ଷା ନିର୍ଦେଶଳୟ ମେ’ ୫ ତଥା ମଙ୍ଗଳବାରଠାରୁ ଖୋଲିବ। ଭୁବନେଶ୍ୱର ସମେତ ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱର ଓ ଜୟପୁରସ୍ଥିତ ଆଞ୍ଚଳିକ ଶିକ୍ଷା କାର୍ଯ୍ୟାଳୟ ପୂର୍ବ ଭଳି କାର୍ଯ୍ୟ କରିବ। ତେବେ ସମସ୍ତ କର୍ମଚାରୀ କାର୍ଯ୍ୟାଳୟକୁ ଆସିବେ ନାହିଁ। କୋଭିଡ-୧୯ ନିୟମ ଅନୁଯାୟୀ ୩୩ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟାଳୟ ଚାଲିବ। କୌଣସି ବ୍ୟକ୍ତିଙ୍କୁ କାର୍ଯ୍ୟାଳୟ ଭିତରକୁ ପ୍ରବେଶ ଲାଗି ଅନୁମତି ମିଳିବ ନାହିଁ ବୋଲି ବିଭାଗୀୟ ଶାସନ ସଚିବ ଶାଶ୍ୱତ ମିଶ୍ର ଆଜି ବିଜ୍ଞପ୍ତି ପ୍ରକାଶ କରିଛନ୍ତି।