ଇସ୍ପାତ ଓ ଖଣି ବିଭାଗ ଅଧୀନକୁ ଆସିଲା ଲଘୁ ଖଣିଜ ନିର୍ଦ୍ଦେଶାଳୟ

ଭୁବନେଶ୍ବର : ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧୀନରେ ଥିବା ଲଘୁ ଖଣିଜ ନିର୍ଦ୍ଦେଶାଳୟ ଏଣିକି ଇସ୍ପାତ ଓ ଖଣି ବିଭାଗ ଅଧୀନରେ କାର୍ଯ୍ୟ କରିବ। ଏଣିକି ଏହି ନିର୍ଦ୍ଦେଶାଳୟର ସମସ୍ତ ପ୍ରଶାସନିକ ନିଷ୍ପତ୍ତି ଇସ୍ପାତ ଓ ଖଣି ବିଭାଗ ନେବ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ନଭେମ୍ବର ୨୧, ୨୦୨୨ର ବିଜ୍ଞପ୍ତି ଅନୁଯାୟୀ ଏହି ନିର୍ଦ୍ଦେଶାଳୟ ସ୍ଥାନାନ୍ତର ହେଲା ବୋଲି ଫେବ୍ରୁଆରି ୧ରେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର