କଟକ: ଓଡ଼ିଶା ପୁଲିସରେ ଜଣେ ମହିଳା ପୁଲିସ ଏସ୍ଆଇଙ୍କୁ ଦୁଷ୍କର୍ମ କରାଯାଇଛି। ତାଙ୍କୁ ଜଣେ ଇନ୍ସ୍ପେକ୍ଟର୍ ଦୁଷ୍କର୍ମ କରିଥିବା ଭଳି ଚାଞ୍ଚଲ୍ୟକର ଅଭିଯୋଗ ହୋଇଛି। ଏଭଳି ସମ୍ବେଦନଶୀଳ ଘଟଣାରେ କ୍ରାଇମବ୍ରାଞ୍ଚ ଦୁଷ୍କର୍ମ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଜାତୀୟ ମାନବାଧିକାର କମିସନ୍ଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମ୍ବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ୨୦୧୯ରେ ଗଞ୍ଜାମ ଜିଲ୍ଲାରେ ଆଇଆଇସି ରମେଶ କୁମାର ପ୍ରଧାନଙ୍କ ଅଧୀନରେ ଜଣେ ମହିଳା ଏସ୍ଆଇ କାର୍ଯ୍ୟ କରୁଥିଲେ। ରମେଶ ଏହି ମହିଳା ଏସ୍ଆଇଙ୍କୁ ତାଙ୍କ କ୍ବାର୍ଟର୍ସରେ ସେହି ବର୍ଷ ଜୁନ ୨୭ରେ ବଳପୂର୍ବକ ଦୁଷ୍କର୍ମ କରିଥିଲେ। ଏ ସମ୍ପର୍କରେ ମହିଳା ଏସ୍ଆଇ ଗଞ୍ଜାମ ପୁଲିସ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ ଅଭିଯୋଗକୁ ଗ୍ରହଣ କରାଯାଇନଥିଲା। ଓଡ଼ିଶା ପୁଲିସର ବିଭିନ୍ନ ଫୋରମ୍ରେ ସେ ତାଙ୍କ ଅଭିଯୋଗ କରିଥିଲେ। ଅଭିଯୋଗ ପ୍ରତ୍ୟାହାର ପାଇଁ ଗଞ୍ଜାମ ପୁଲିସ ତାଙ୍କ ଉପରେ ଚାପ ପଡ଼ିଥିଲା। ସବୁଆଡ଼ୁ ନିରାଶ ହେବା ପରେ ସେ ଜାତୀୟ ମାନବାଧିକାର କମିସନ୍(ଏନ୍ଏଚ୍ଆର୍ସି)ଙ୍କ ନିକଟରେ ହାଜର ହୋଇଥିଲେ। କମିସନ୍ ଏହି ଘଟଣାର ତଦନ୍ତ ଓ ମାମଲା ରୁଜୁ କରିବା ପାଇଁ ଓଡ଼ିଶା ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଡିଜି ଅରୁଣ ଷଡ଼ଙ୍ଗୀ ଘଟଣାର ତଦନ୍ତ ପାଇଁ କ୍ରାଇମ୍ବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି। କ୍ରାଇମ୍ବ୍ରାଞ୍ଚ ଏହି ଅଭିଯୋଗ ଆଧାରରେ ଅଭିଯୁକ୍ତ ପୁଲିସ ଇନ୍ସ୍ପେକ୍ଟର୍ ରମେଶ ପ୍ରଧାନଙ୍କ ବିରୋଧରେ ଦଫା ୩୭୬ରେ ମାମଲା ରୁଜୁ କରିଛି। ଏହି ଘଟଣାର ତଦନ୍ତ ପାଇଁ କ୍ରାଇମ୍ବ୍ରାଞ୍ଚ ଡିଏସ୍ପି କଳ୍ପନା ସାହୁଙ୍କୁ ଦାୟିତ୍ବ ଦିଆଯାଇଛି। ଅଭିଯୁକ୍ତ ପୁଲିସ ଅଧିକାରୀ ଏବେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାରେ ଆଇଆଇସି ଭାବେ କାର୍ଯ୍ୟ କରୁଛନ୍ତି। ଦୁଷ୍ମର୍ମ ଅଭିଯୁକ୍ତ ପ୍ରଧାନ ୨୦୨୨ ବର୍ଷ ପାଇଁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ମେଡାଲ୍ ପାଇଥିଲେ।
କଳଙ୍କିତ ଖାକି ବାବୁ: ସରକାରୀ କ୍ବାର୍ଟର୍ସରେ ପୁଲିସ ଅଫିସରଙ୍କୁ ଦୁଷ୍କର୍ମ
ଆଇଆଇସିଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ
/sambad/media/post_attachments/wp-content/uploads/2024/02/dgdgrr.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)