ଭୁବନେଶ୍ବର: ୨୦୨୦-୨୧ ଶିକ୍ଷାବର୍ଷରେ ରାଜ୍ୟରେ ଥିବା ସ୍ବତନ୍ତ୍ର ସ୍କୁଲଗୁଡ଼ିକରେ ନାମଲେଖା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। କୋଭିଡ୍-୧୯ ଯୋଗୁଁ ଅଫ୍ଲାଇନ୍ ନାମଲେଖା ସ୍ବାଭାବିକ୍ ହୋଇପାରୁ ନଥିବାରୁ ଏଥର ଅନ୍ଲାଇନ୍ରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ନାମଲେଖା ହେବ। ଏଥିପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଅନ୍ଲାଇନ୍ ପୋର୍ଟାଲ ‘http:/sepd.gov.inwp/admissionFormForSpcISchool.htm?lang=en’ ଆରମ୍ଭ ହୋଇଛି। ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଏହି ପୋର୍ଟାଲରେ ଆବେଦନ କରିପାରିବେ। ଏନେଇ ବିଭାଗୀୟ ନିର୍ଦ୍ଦେଶକ ବ୍ରତତି ହରିଚନ୍ଦନ ୨୩ଟି ଜିଲ୍ଲାର ଜିଲ୍ଲା ସାମାଜିକ ସୁରକ୍ଷା ଅଫିସରଙ୍କୁ ଚିଠି ଲେଖିଛନ୍ତି।
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ପାଠପଢ଼ା ଉପରେ ଆମେ ପ୍ରାଥମିକତା ଦେଉଛୁ। କରୋନା ଭଳି ମହାମାରୀ ସମୟରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ କିଭଳି ପାଠ ପଢ଼ାଯିବ, ସେନେଇ ବିଭାଗ ଖୁବ୍ଶୀଘ୍ର ମୋଡାଲିଟି ସ୍ଥିର କରିବ। ରାଜ୍ୟରେ ଥିବା ୧୦୩ଟି ସ୍ବତନ୍ତ୍ର ସ୍କୁଲ ପାଇଁ ବିଭାଗ ଏହି ନିର୍ଦ୍ଦେଶ ଦେଇଛି। ନାମଲେଖା ସମୟରେ ଯେପରି ଗହଳି ନ ହୁଏ, ସେଥିପାଇଁ ଏଭଳି ବ୍ୟବସ୍ଥା ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/admission.jpg)