ଭୁବନେଶ୍ବର : ଚଳିତ ଥର ସାଧାରଣ ନିର୍ବାଚନରେ ଜଣେ ହେଲେ ବି ଦିବ୍ୟାଙ୍ଗ ଭୋଟର ଯେମିତି ମତ ଦାନରୁ ବଞ୍ଚିତ ନହେବେ ସେଥିପାଇଁ ପୁଲିଂ ବୁଥକୁ ଆସିବା ପାଇଁ ପରିବହନ ବ୍ୟବସ୍ଥାଠୁ ଆରମ୍ଭ କରି ବୁଥରେ ସୁବିଧାରେ ଯିବା ଆସିବା ପାଇଁ ରାମ୍ପର ବ୍ୟବସ୍ଥା କରାଯିବ। ବୁଥରେ ପହଞ୍ଚିବା ପରେ ସେମାନଙ୍କୁ ସହାୟତା କରିବା ପାଇଁ ୧୪ରୁ ୧୮ ବର୍ଷ ବୟସର କିଶୋର ଓ କିଶୋରୀମାନଙ୍କୁ ନିୟୋଜିତ କରାଯିବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି, ଓଡ଼ିଶାରେ ନିର୍ବାଚନ ସମୟରେ ଦିବ୍ୟାଙ୍ଗ ଭୋଟରଙ୍କୁ ସହାୟତା କରିବା ପାଇଁ ଭାରତ ସ୍କାଉଟ ଗାଇଡ୍ସ, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସ୍ବେଚ୍ଛାକୃତ ଭାବେ ବିଭିନ୍ନ ପୁଲିଂ ବୁଥରେ ନିୟୋଜିତ କରାଯିବ। ଏଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଭାରତ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ରହିଛି। ଉେଲ୍ଲଖଯୋଗ୍ୟ, ୨୦୧୯ ନିର୍ବାଚନ ପାଇଁ ୪ଲକ୍ଷ ୭୦ ହଜାର ଦିବ୍ୟାଙ୍ଗ େଭାଟର ଚିହ୍ନଟ େହାଇଥିବା ରବିବାର ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଥିଲେ।
ଦିବ୍ୟାଙ୍ଗ ଭୋଟରଙ୍କ ସହାୟତା ପାଇଁ ନିୟୋଜିତ ହେବେ କିଶୋର-କିଶୋରୀ: ମୁଖ୍ୟ ନିର୍ବାଚନ ଅଧିକାରୀ
/sambad/media/post_attachments/wp-content/uploads/2019/03/handi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)