ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ

ବାରିପଦା : ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନରେଶ ଚନ୍ଦ୍ର ବିନ୍ଧାଣୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନ ଏବଂ ଜିଲ୍ଲା ମେଡିକାଲ୍ ବୋର୍ଡର ସହଯୋଗରେ ଏକ ଭିନ୍ନକ୍ଷମ ଶିବିର ଆୟୋଜିତ ହୋଇଥିଲା । ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକଗୁଡ଼ିକରୁ ଚକ୍ଷୁ, ମାନସିକ ବିକାର ଗ୍ରସ୍ତ, ଶ୍ରବଣ ବାଧିତ, ଭେଷଜ ଓ ଅସ୍ତିଶଲ୍ୟ ଆଦି ବିଭାଗରେ ମୋଟ ୬୩ ଜଣଙ୍କର ଅନଲାଇନ ପଞ୍ଜିକରଣ ଓ ନିଦାନ ବ୍ୟବସ୍ଥା କରାଯାଇ ଭିନ୍ନକ୍ଷମମାନଙ୍କୁ ୟୁଡ଼ିଆଇଡ଼ି ନମ୍ବର ସହିତ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରାଯାଇଛି ।

ମେଡିକାଲ୍ ବୋର୍ଡରେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲର ଚକ୍ଷୁ, ନାଶା ଓ ଗଳା ବିଭାଗର ବରିଷ୍ଠ ବିଶେଷଜ୍ଞ ଡ଼ା. ବିଶ୍ୱନାଥ ଦାସ, ଭେଷଜ ବିଭାଗର ଡ଼ା. ତପନ କୁମାର ଆଚାର୍ଯ୍ୟ, ମାନସିକ ବିଭାଗର ଡ଼ା. ପ୍ରଦୀପ କୁମାର ନାୟକ, ଚକ୍ଷୁ ବିଭାଗର ଡ଼ା. ମିତା ମିଶ୍ର, ଅସ୍ତି ଓ ଶଲ୍ୟ ବିଭାଗର ଡ଼ା. ମୋହନ ଚରଣ ମୁର୍ମୁ ପ୍ରମୁଖ ଯୋଗ ଦେଇ ଭିନ୍ନକ୍ଷମମାନଙ୍କୁ ନିରୀକ୍ଷଣ କରିଥିଲେ ।

ସେହିପରି ଜିଲ୍ଲା ଭିନ୍ନକ୍ଷମ ଥଇଥାନ କେନ୍ଦ୍ରର ବରିଷ୍ଠ ଅର୍ଡ଼ିଓଲୋଜିଷ୍ଟ ମାନସ କୁମାର ନାୟକ, ଫିଜିଓଥେରାପି ରାମେଶ୍ୱର ପୁଥାଳ, ସାଇକ୍ଲୋଜିଷ୍ଟ ଚନ୍ଦ୍ର ଶେଖର ନାୟକ, ମୋବିଲିଟି ଇନ୍ସପେକ୍ଟର ପ୍ରବୀଣା ଦାସ, ପିଓଟି ତପନ କୁମାର ଦଳବେହେରା, ପ୍ରଶାନ୍ତ କୁମାର ନାୟକ, ଉତ୍ତମ କୁମାର ପାଲ ପ୍ରମୁଖଙ୍କ ନେତୃତ୍ୱରେ ଭିନ୍ନକ୍ଷମ ଚିହ୍ନଟ କରାଯାଇଥିବା ବେଳେ ମନୋଜ ବେହେରା, ଲଳିତ ମହାନ୍ତ, ଦେବ ମହାନ୍ତି, ଦେବୀ ପ୍ରସାଦ ଶତପଥୀ, ରାଧାଶ୍ୟାମ ପଟ୍ଟନାୟକ, ଜ୍ୟୋତି ପ୍ରକାଶ ସୋରେନ, ରାଜେଶ କିସ୍କୁ, ସମୀର ମହାନ୍ତି; ମନୋବିକାଶ ସଂସ୍ଥାର ଜ୍ୟୋତିର୍ମୟୀ ବାରିକ, ପ୍ରତିମା ପାତ୍ର, ସତ୍ୟ ରଞ୍ଜନ ଗିରି, ଆରଡ଼ିଏସି ସଂସ୍ଥାର ଭାବଗ୍ରାହୀ ଆଚାର୍ଯ୍ୟ, ଅଜୟ କୁମାର ନାୟକ, ସବୀତା ପ୍ରଧାନ, ଶ୍ୱାତୀ ବଗାଳ ପ୍ରମୁଖ ପଞ୍ଜିକରଣ କାର୍ଯ୍ୟରେ ସହଯୋଗ ଏବଂ ରୋଜ ଭିନ୍ନକ୍ଷମ ସଂସ୍ଥାର କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମ ଆୟୋଜନରେ ସହାୟତା ପ୍ରଦାନ କରିଥିଲେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର