ଭିନ୍ନକ୍ଷମ ହୋଇ ବି ସାହସ ଦେଖାଇଲେ ମଧୁସୂଦନ, ଦେଉଛନ୍ତି ଅଫ୍‌ଲାଇନ୍‌ ମାଟ୍ରିକ୍‌ ପରୀକ୍ଷା

ସମ୍ବଲପୁର : ଚଳିତବର୍ଷ ବିନା ପରୀକ୍ଷାରେ ବୋର୍ଡ ପକ୍ଷରୁ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଏଥିରେ କିଛି ପିଲାଙ୍କୁ ଫେଲ୍‌ ମଧ୍ୟ କରାଯାଇଥିଲା। ଅନୁପସ୍ଥିତ ଥିବା ଆଧାରରେ ମଧ୍ୟ କିଛି ପିଲା ଫେଲ୍‌ ହୋଇଥିଲେ। ବିଦ୍ୟାଳୟ ପକ୍ଷରୁ କିଛି ଖବର ଦିଆଗଲା ନାହିଁ, ଆମେ ଜାଣିପାରିଲୁ ନାହିଁ  ମଧୁସୂଦନ ଫେଲ୍‌ ହୋଇଗଲା ବୋଲି। ବିଦ୍ୟାଳୟ ପକ୍ଷରୁ ସୂଚନା ପାଇଥିଲେ ମୋ ପୁଅ ଫେଲ୍‌ ହୋଇ ନଥାନ୍ତା ବୋଲି କୋହଭରା କଣ୍ଠରେ କହିଛନ୍ତି ମଧୁସୂଦନଙ୍କ ମା’।

ହେଲେ ଭତରା ଅଞ୍ଚଳର ମଧୁସୂଦନ କିନ୍ତୁ ଫେଲ୍‌ ହୋଇ ହାର୍‌ ମାନି ନାହାନ୍ତି। ପାଠ ପଢ଼ିଛି ମାନେ ପରୀକ୍ଷା ଦେବି ବୋଲି ନିଜ ଉପରେ ଦୃଢ଼ ବିଶ୍ବାସ ରଖି ଅଫ୍‌ଲାଇନ୍‌ ମାଟ୍ରିକ୍‌ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ। ଏବେ ସମ୍ବଲପୁର ଜିଲ୍ଲା ସ୍କୁଲରେ ସେ ପରୀକ୍ଷା ମଧ୍ୟ ଦେଉଛନ୍ତି। ପାଠ ପଢ଼ା ପ୍ରତି ତାଙ୍କର ଇଚ୍ଛା ଓ ଆଗ୍ରହ ଦେଖି ସମସ୍ତେ ପ୍ରଶଂସା ମଧ୍ୟ କରୁଛନ୍ତି। ସେ ଚାଲି ପାରୁ ନାହାନ୍ତି ସତ, କିନ୍ତୁ ନିଜ ଗୋଡ଼ରେ ଛିଡ଼ା ହେବାକୁ ଚାହେଁ ବୋଲି ମଧୁସୂଦନ କହୁଛନ୍ତି। ଜୀବନରେ ପାଠର ବହୁତ ମହତ୍ୱ ରହିଛି। ମାଟ୍ରିକ୍‌ ପାସ୍‌ କରି ଉଚ୍ଚ ଶିକ୍ଷା ଲାଭ କରିବାକୁ ମଧ୍ୟ ସେ ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧିତ ଖବର