ବନ୍ତଳା : କରୋନା ମୁକାବିଲା ପାଇଁ ପ୍ରଶାସନକୁ ସହାୟତା କରିବା ନିମନ୍ତେ ଜଣେ ଭିନ୍ନକ୍ଷମ ଛାତ୍ରୀ ଆଗେଇ ଆସିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସେ ନିଜର ୪ ମାସର ଭତ୍ତା ଦାନ କରିଛନ୍ତି। ସେ ହେଉଛନ୍ତି ଅନୁଗୁଳ ବ୍ଲକ୍ ବନ୍ତଳା ବଜାରର ସୁଶାନ୍ତ ସାହୁଙ୍କର ୧୦ ବର୍ଷର ଝିଅ ଶ୍ରୀୟା। ସୁଶାନ୍ତଙ୍କ କହିବା ଅନୁଯାୟୀ ଶ୍ରୀୟା ଜନ୍ମରୁ ଥାଲାସେମିଆ ପୀଡ଼ିତ। ପ୍ରଶାସନ ପକ୍ଷରୁ ତାଙ୍କୁ ମାସିକ ୭୦୦ ଟଙ୍କା ଭତ୍ତା ମିଳୁଛି। ଶ୍ରୀୟା ଏବେ ୪ର୍ଥ ଶ୍ରେଣୀରେ ପଢ଼ୁଛନ୍ତି। ସୁଶାନ୍ତ ଚାଷକରି ପରିବାର ଚଳାଉଛନ୍ତି। ତାଙ୍କର ଆର୍ଥିକ ପରିସ୍ଥିତି ଭଲ ନୁହଁ। ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାବେଳେ ଏହାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ତେଣୁ ନିଜର ୪ ମାସର ଭତ୍ତା ଦାନ କରିବାକୁ ଶ୍ରୀୟା ଆଗ୍ରହୀ ହେଲେ ବୋଲି ସୁଶାନ୍ତ ପ୍ରକାଶ କରିଛନ୍ତି। ଶ୍ରୀୟା ଆଜି ସନ୍ଧ୍ୟାରେ ବନ୍ତଳା ଥାନାରେ ଅନୁଗୁଳ ତହସିଲଦାର ନେହରୁ ମାଝିଙ୍କ ଜରିଆରେ ୪ ମାସର ଭତ୍ତା ୨୮୦୦ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି। ଏଥିଯୋଗୁଁ ଅଞ୍ଚଳରେ ସେ ପ୍ରଶଂସିତ ହୋଇଛନ୍ତି।
ବନ୍ତଳା : ୪ ମାସର ଭତ୍ତା ଦେଲେ ଭିନ୍ନକ୍ଷମ ଛାତ୍ରୀ
/sambad/media/post_attachments/wp-content/uploads/2020/04/girl-donate.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)