ଛତ୍ରପୁର : ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଯତ୍ନ, ଥଇଥାନ ଓ ଶିକ୍ଷାଦାନ ଦିଗରେ କାମ କରୁଥିବା ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଥିବା ‘ସମର୍ଥ ଶିକ୍ଷାନୁଷ୍ଠାନର ସମ୍ପାଦକ କେ.ଆନନ୍ଦ ରାଓଙ୍କ କେଳେଙ୍କାରୀ ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରଶାସନର ସ୍ବତନ୍ତ୍ର କମିଟି ତଦନ୍ତ ପରେ ଅନୁଷ୍ଠାନର ୧୦୧ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍‌କୁ ସିଜ୍ କରିଥିବା ସୂଚନା ମିଳିଛି। ସଂପାଦକ ଆନନ୍ଦ ଦିବ୍ୟାଙ୍ଗ ପିଲାଙ୍କ ନାମରେ ବ୍ୟାଙ୍କ୍ ଆକାଉଣ୍ଟ୍ ଖୋଲି ଲକ୍ଷାଧିକ ଟଙ୍କାର କାରବାର ଚଳାଇଥିଲେ।

Advertisment

ବ୍ୟାଙ୍କ୍ ତଥ୍ୟାନୁସାରେ, ଅଭିଭାବକ ଓ ପିଲାଙ୍କ ଅଜାଣତରେ ଆନନ୍ଦ ଏହି ବେଆଇନ କାର୍ଯ୍ୟକଳାପ ଚଳାଉଥିଲେ। ଛତ୍ରପୁରରେ ଥିବା ୮ଟି ବ୍ୟାଙ୍କ୍‌ରେ ୧୦୧ ପିଲାଙ୍କ ଆକାଉଣ୍ଟ୍ ଖୋଲା ଯାଇଥିଲା। ଯେଉଁଥିରେ ସରକାରୀ ଅନୁଦାନ ଜମା ହେଉଥିବା ବେଳେ ଆନନ୍ଦ ସେମାନଙ୍କ ଅଜାଣତରେ ଟଙ୍କା ଉଠାଇ ହଡ଼ପ କରୁଥିଲେ। ଏହି ଅଭିଯୋଗ ସତ ପ୍ରମାଣିତ ହେବା ପରେ ଉକ୍ତ ସମସ୍ତ ଆକାଉଣ୍ଟ୍‌କୁ ଅନୁଧ୍ୟାନ ପରେ ପ୍ରଶାସନ ପକ୍ଷରୁ ସିଜ୍ କରାଯାଇଛି।