ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ମିଳିବ ସ୍ବେଟର

ଭୁବନେଶ୍ବର : ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଶୀତଦିନ ପାଇଁ ମିଳିବ ସ୍ବେଟର। ରାଜ୍ୟରେ ଥିବା ୧୦୪ଟି ଶିକ୍ଷାନୁଷ୍ଠାନ(ସ୍ବତନ୍ତ୍ର ବିଦ୍ୟାଳୟ)ର ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ସ୍ବେଟର ଦିଆଯିବ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଏଥିପାଇଁ ଅର୍ଥ ମଞ୍ଜୁର କରାଯାଇଛି। ଏହାଫଳରେ ସ୍ବତନ୍ତ୍ର ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ୬୮୧୫ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର