ଦିବ୍ୟାଙ୍ଗ ଶିଶୁକନ୍ୟାର ମୃତ୍ୟୁ

ଯୋଡ଼ା: ଯୋଡ଼ା ସହରସ୍ଥିତ ଆଜାଦ୍ ବସ୍ତିର ଭୁଣ୍ଡା ହଟିଂ ଠାରେ ଜଣେ ୩ ବର୍ଷର ଦିବ୍ୟାଙ୍ଗ ଶିଶୁକନ୍ୟାର ରବିବାର ସନ୍ଦେହଜନକ ମୃତ୍ୟୁ ଘଟିଛି।  ମୃତ ଶିଶୁକନ୍ୟାର ନାମ ସଂଧ୍ୟାରାଣୀ କାରୁଆ ବୋଲି ଜଣାପଡ଼ିଛି।  ମୃତ ଶିଶୁକନ୍ୟାଙ୍କ ବାପା  ଗୁରୁଦେବ କାରୁଆ ଓ ମା’  ଶାନ୍ତିଲତାଙ୍କ କହିବାନୁଯାୟୀ  ସନ୍ଧ୍ୟାରାଣୀଙ୍କ ବାତ ରୋଗ ଥିଲା।

ତାଙ୍କୁ ଚମ୍ପୁଆ ଓ କେନ୍ଦୁଝରରେ ଚିକିତ୍ସା କରାଯାଉଥିଲା। ଆଜି ଅପରାହ୍ଣରେ  ତାଙ୍କର ହଠାତ୍‌ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିବା ସେମାନେ ପୁଲିସ ନିକଟରେ କହିଛନ୍ତି। ଅନ୍ୟପଟେ ମୃତ  ଶିଶୁକନ୍ୟାର ପରିବାର ଲୋକେ ଅଧିକାଂଶ ସମୟରେ ମଦ ପିଇ ଘରେ ପାଟିତୁଣ୍ଡ କରିଥାନ୍ତି।

ଏହି ସମୟରେ କିଛି ଅଘଟଣ ଘଟିଥାଇପାରେ ବୋଲି ମଧ୍ୟ ‌ସନ୍ଦେହ ହେଉଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।  ଏ ନେଇ  ପୁଲିସ   ଯୋଡ଼ା ଥାନାରେ ଏକ  ଅପମୃତ୍ୟୁ ମାମଲା ନଂ ୨/୨୨ ରୁଜୁ କରିଛି । ପୋଷ୍ଟ ମର୍ଟମ ରିପୋର୍ଟ ପରେ  ମୃତ୍ୟୁର କାରଣ ଜଣାପଡିବ ବୋଲି ଯୋଡ଼ା  ଥାନା ଅଧିକାରୀ ପଦ୍ମାଳୟା ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର