ଭୁବନେଶ୍ବର : ମହାବାତ୍ୟା ପରଠୁ ରାଜ୍ୟରେ ୬ଟି ମରୁଡ଼ି, ୧୪ଟି ବନ୍ୟା ଓ ୫ଟି ବାତ୍ୟା ସଂଗଠିତ ହୋଇଛି। ପୁନରୁଦ୍ଧାର, ରିଲିଫ ଓ ପୁନର୍ନିମାଣ ବାବଦରେ ଓଡ଼ିଶା ସରକାର କେନ୍ଦ୍ରକୁ ୩୮ ହଜାର ୯୪ କୋଟି ୫୧ ଲକ୍ଷ ଟଙ୍କାର ସହାୟତା ମାଗିଥିଲେ। ଅଥଚ ୧୯ ବର୍ଷ ଭିତରେ ପାଇଛି ମାତ୍ର ୪ ହଜାର ୫୭୨ କୋଟି ୯୭ ଲକ୍ଷ ଟଙ୍କା। ଆଜି ବିଧାନସଭାରେ ବିଜେପି ବିଧାୟକ ମୋହନ ମାଝୀଙ୍କ ଅଣତାରକା ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି।
ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ ବାତ୍ୟା ' ଫନି'ର କ୍ଷୟକ୍ଷତି ଆକଳନ କରି ନିକଟରେ ରାଜ୍ୟ ସରକାର ଆଉ ୫ ହଜାର ୨୨୭ କୋଟି ୬୮ ଲକ୍ଷ ଟଙ୍କା ମାଗିଛନ୍ତି। ଗତମାସ ୨୬ ତାରିଖ ସୁଦ୍ଧା କେନ୍ଦ୍ର ରାଜ୍ୟ ସରକାରଙ୍କୁ ' ଫନି' ସହାୟତା ବାବଦରେ ୭୮୮ କୋଟି ୮୮ ଲକ୍ଷ ଟଙ୍କା ପ୍ରଦାନ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/money-1.jpg)