କାମାକ୍ଷାନଗର: ଲଗାଣ ବର୍ଷାରେ ବେହାଲ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଉପଖଣ୍ଡ। ରାମିଆଳ ଓ ତାର ଶାଖାନଦୀରେ ବନ୍ୟା ଆସିଛି। ଏହାଫଳରେ ଭୁବନ ବ୍ଲକର ୩ଟି ଗାଁ ବାହ୍ୟଜଗତରୁ ବିଛିନ୍ନ ହୋଇଥିବାର ଖବର ମିଳିଛି। ଏହି ବ୍ଲକର ଜୟପୁର, ମାଳପୁରା ଓ ଦଧିସିଂଗା ଗାଁ ଜଳବନ୍ଦୀ।
ଜୟପୁର ଗାଁ ମୁଖ୍ୟ ରାସ୍ତାରେ ୬ ଫୁଟର ବନ୍ୟାପାଣି ପ୍ରବାହିତ ହେଉଛି। ସେହିପରି କାମାକ୍ଷାନଗର ବ୍ଲକ କଇଁବିଲ ଗାଁ ଭିତରେ କଲାବିଲା ନାଳ ପାଣି ପଶି ଯିବାରୁ ଲୋକଙ୍କ ଘର ଭିତରେ ପାଣି ପଶିଯାଇଛି। କଲାବିଲା ନାଳ ଉପରେ ପାଣି ପ୍ରବାହିତ ହେଉଛି। ସେହିପରି କାମାକ୍ଷାନଗର ସହରକୁ ଜଳ ଯୋଗାଣ ହେଉଥିବା ପମ୍ପ ହାଉସ ବୁଡ଼ିଯାଇଛି।
/sambad/media/post_attachments/wp-content/uploads/2021/09/Untitled-6.png)
ଜଳ ଯୋଗାଣ ବନ୍ଦ ଅଛି। କଙ୍କଡାହାଡ଼ ବ୍ଲକର କୀର୍ତ୍ତନପୁର ସେତୁ ଉପରେ ୩ଫୁଟର ପାଣି ଯାତାୟତ ବନ୍ଦ ରହିଛି। ସେହିପରି ଲଗାଣ ବର୍ଷାରେ ଆପ୍ରୋଚ ରୋଡ ଓ କେନାଲ ରାସ୍ତା ଧୋଇନେଇଛି। ୫୩ ନଂ ଜାତୀୟ ରାଜପଥ ସିଆରିମାଳିଆ ଠାରେ ଆପ୍ରୋଚ ରୋଡରେ ୪୦ ଫୁଟର ଘାଇ ହୋଇଥିବା ବେଳେ କେନାଲ ରାସ୍ତା ୫୦ ଫୁଟର ଘାଇ ହୋଇ ସେଥିରେ ଟ୍ରକ ଫସିଯାଇଛି। ଏହାଫଳରେ ଉଭୟ ପାର୍ଶ୍ବରେ ଶହ ଶହ ଗାଡ଼ି ଅଟକିଛି। ତାଳଚେର-କାମାକ୍ଷାନଗର ରାସ୍ତାରେ ଯାତାୟତ ଠପ୍ ହୋଇଯାଇଛି। ଏଣେ ପରଜଙ୍ଗ ବ୍ଳକର କିଛି ନଦୀ କୁଳିଆ ଅଞ୍ଚଳ ଜଳମଗ୍ନ ଅଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/Communication-Stop-in-Road_Thumbnail.jpg)