ରାୟଗଡା: ଜେକେ କାଗଜ କଳ ତରଫରୁ ରବିବାର ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କାର୍ଯ୍ୟନିର୍ବାହୀ ଉପ ସଭାପତି (କାର୍ମିକ) ବିନୟ ଦ୍ଵିବେଦୀ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ବିପର୍ଯ୍ୟୟ ସମୟରେ ଧୈର୍ଯ୍ୟର ସହିତ ତାରି ମୁକାବିଲା କରିବା ସହିତ ଜୀବନ ଓ ଧନ ସୁରକ୍ଷିତ ରଖିବା ଉଦେଶ୍ୟରେ ଏକ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ସାମାଜିକ ସଶକ୍ତୀକରଣ ଯୋଜନା ମାଧ୍ୟମରେ ଏକ ସଶକ୍ତ ଓଡିଶା ଗଠନ ଉପରେ ଜୋର୍ ଦେବାକୁ ଉପସ୍ଥିତ ସମସ୍ତ କର୍ମଚାରୀ, ସ୍କୁଲ ଛାତ୍ରଛାତ୍ରୀ ଓ ପାରିପାର୍ଶ୍ବିକ ଅଞ୍ଚଳର ଜନସାଧାରଣଙ୍କୁ ଆଗ୍ରହ କରି ଥିଲେ। ମନୁଷ୍ୟକୃତ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ କାଗଜ କଳର ମହାପ୍ରବନ୍ଧକ ଗୌରୀ ଶଙ୍କର ପଟ୍ଟନାୟକ,ଏମ୍ ଭି ରାଜା, ଏମ୍ ର୍ ସି ରାଓ ପ୍ରମୁଖ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମକୁ ମହାପ୍ରବନ୍ଧକ ସତ୍ୟଜିତ ମହାନ୍ତି ଓ ବରିଷ୍ଠ ପ୍ରବନ୍ଧକ ରାମା ରଞ୍ଜନ ବିଶ୍ଵାଳ ପ୍ରମୁଖ ସଂଯୋଜନା କରିଥିଲେ।
ଜେକେ ପେପର ମିଲ ତରଫରୁ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳିତ
/sambad/media/post_attachments/wp-content/uploads/2023/10/Rgda-JK-paper-mill-programme-2.jpg)