ଭୁବନେଶ୍ବର : କରୋନା ସଂକ୍ରମଣ ନେଇ ରାଜ୍ୟରେ ଆଗକୁ ଆଉ ବିପର୍ଯ୍ୟୟ ପରିଚାଳନା ଆଇନ ଲାଗୁ ହେବ ନାହିଁ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ(ଏନ୍ଡିଏମ୍ଏ)କୁ ହଟାଇବା ପରେ ରାଜ୍ୟ ସରକାର ୨୦୨୦ ମସିହା ମାର୍ଚ ୧୩ତାରିଖରେ ଲାଗୁ ହୋଇଥିବା ନିର୍ଦେଶନାମାକୁ ହଟାଇ ଦେଇଛନ୍ତି। ଏଣିକି କୋଭିଡ ସଂପର୍କିତ ସମସ୍ତ ନିଷ୍ପତ୍ତି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦେଶ ଅନୁସାରେ ଗ୍ରହଣ କରିବ ବୋଲି କୁହାଯାଇଛି। ପୂର୍ବରୁ କୋଭିଡ ନିୟନ୍ତ୍ରଣ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମାସ୍କ ପରିଧାନ, ନିୟମିତ ହାତ ସଫା ନେଇ ଏକ ସଂଶୋଧିତ ନିର୍ଦେଶନାମା ଜାରି କରିଛନ୍ତି।
କୋଭିଡ ନିୟନ୍ତ୍ରଣ ନେଇ ଲାଗୁ ହେବନି ବିପର୍ଯ୍ୟୟ ପରିଚାଳନା ଆଇନ
/sambad/media/post_attachments/wp-content/uploads/2022/03/Covid-kerala-3.jpg)