ଭୁବନେଶ୍ୱର: କରୋନା ଯୋଦ୍ଧାଙ୍କ ନିରନ୍ତର ଉଦ୍ୟମର ଫଳ ଆଜି ଦେଖିବାକୁ ମିଳିଛି। ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରୁ ୩୩୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୬୨ ହଜାର ୮୧୩ରେ ପହଞ୍ଚିଛି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୭୩୨ ଜଣ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ଼ରୁ ୨୬୧ ଜଣ, ଭଦ୍ରକରୁ ୨୪୫ ଜଣ, ଗଂଜାମରୁ ୨୩୮ ଜଣ, ରାୟଗଡ଼ାରୁ ୨୧୭ ଜଣ, କଟକରୁ ୧୮୧ ଜଣ, ବାଲେଶ୍ୱରରୁ ୧୫୫ ଜଣ, ସମ୍ବଲପୁରରୁ ୧୨୭ ଜଣ, କୋରାପୁଟରୁ ୧୧୯ ଜଣ, ମୟୂରଭଂଜରୁ ୧୧୨ ଜଣ ଓ ସୋନପୁରରୁ ୧୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
Very happy to share that we have achieved the highest ever recovery in a day with the discharge of 3343 #COVID19 patients today!
The total recovered cases of Odisha now stand at 62813.
732 from Khordha
261 from Sundargarh
245 from Bhadrak
238 from Ganjam
217 from Rayagada— H & FW Dept Odisha (@HFWOdisha) August 26, 2020
ସେହିପରି ବୌଦ୍ଧ ଜିଲ୍ଲାରୁ ୮୪ ଜଣ, ବରଗଡ଼ରୁ ୭୮ ଜଣ, କନ୍ଧମାଳରୁ ୬୮ ଜଣ, ବଲାଙ୍ଗୀରରୁ ୬୫ ଜଣ, ନୟାଗଡ଼ରୁ ୬୦ ଜଣ, କଳାହାଣ୍ଡିରୁ ୫୬ ଜଣ, ମାଲକାନଗିରିରୁ ୫୪ ଜଣ, ଢେଙ୍କାନାଳ ୪୯ ଜଣ, ନବରଙ୍ଗପୁରରୁ ୩୬, କେନ୍ଦୁଝରରୁ ୩୪ ଜଣ, ଯାଜପୁରରୁ ୩୨ ଜଣ, ଗଜପତିରୁ ୨୭ ଜଣ, ଅନୁଗୁଳରୁ ୨୨ ଜଣ, ଝାରସୁଗୁଡ଼ାରୁ ୨୦ ଜଣ, କେନ୍ଦ୍ରାପଡ଼ାରୁ ୧୯ ଜଣ, ଜଗତସିଂହପୁରରୁ ୧୬ ଜଣ, ନୂଆପଡ଼ାରୁ ୧୧ ଜଣ ଓ ଦେବଗଡ଼ରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
34 from Keonjhar
32 from Jajapur
27 from Gajapati
22 from Anugul
20 from Jharsuguda
19 from Kendrapara
16 from Jagatsinghpur
11 from Nuapada
1 from Deogarh— H & FW Dept Odisha (@HFWOdisha) August 26, 2020
ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଗତକାଲି ରାତି ୧୨ଟା ସୁଦ୍ଧା ମୋଟ ୧୪ ଲକ୍ଷ ୮୫ ହଜାର ୧୬୭ ଜଣଙ୍କର ସ୍ୱାବ ନମୁନା ପରୀକ୍ଷା ହୋଇଛି। ଏଥିରୁ ଏଯାଏଁ ୮୭ ହଜାର ୬୦୨ଟି ନମୁନା ରିପୋର୍ଟ ପଜିଟିଭ ଆସିଛି। ମୋଟ ୫୯ ହଜାର ୪୭୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୪୪୧ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏବେ ୨୪ ହଜାର ୨୯୫ ଜଣ କରୋନା ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।