ଭୁବନେଶ୍ବର: ଆଜି ଓଡ଼ିଶାର ପ୍ରଥମ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ଡାକ୍ତରଖାନାରୁ ଡିସ୍ଚାର୍ଜ ହୋଇଥିବା ଜଣାଯାଇଛି। ତାଙ୍କର ସ୍ବାବ୍ ନମୁନା ରିପୋର୍ଟ ନେଗେଟିଭ୍ ଆସିବା ପରେ ପ୍ରଥମ କରୋନା ଆକ୍ରାନ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରୁ ଡସ୍ଚାର୍ଜ କରାଯାଇଛି। ଏ ନେଇ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। କ୍ୟାପିଟାଲ୍ ହସ୍ପିଟାଲର ମେଡିକାଲ୍ ଟିମକୁ ମଧ୍ୟ ଅଭିନନ୍ଦନ ଜଣାଇଛି ବିଭାଗ।
The first COVID-19 positive case, belonging to Bhubaneswar who is being treated at Capital hospital has recovered and tested negative for COVID-19. He is being discharged. Active COVID-19 cases in Odisha now stand at 3. Congratulations to the medical team at Capital Hospital.
— H & FW Dept Odisha (@HFWOdisha) April 3, 2020
ସୂଚନାଯୋଗ୍ୟ, ଗତକାଲି ଦ୍ବିତୀୟ ଆକ୍ରାନ୍ତ ଏମସରୁ ଡିସ୍ଚାର୍ଜ ହୋଇଥିଲେ। ଏବେ ରାଜ୍ୟରେ ୩ କୋରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।
/sambad/media/post_attachments/wp-content/uploads/2020/04/ch.jpg)
ପ୍ରଥମ ଆକ୍ରାନ୍ତ ଜଣକ ଇଟାଲିରୁ ଦିଲ୍ଲୀ ଫେରିଥିଲେ। ଏହାପରେ ଟ୍ରେନ୍ରେ ଦିଲ୍ଲୀରୁ ଭୁବନେଶ୍ବର ଆସିଥିଲେ। ତାଙ୍କର ଥଣ୍ଡା, ଜ୍ବର ହେବାରୁ ଏକ ଘରୋଇ କ୍ଲିନିକ୍ରେ ଚିକିତ୍ସା କରାଇଥିଲେ। ମାତ୍ର ଦେହ ଭଲ ନ ହେବାରୁ କ୍ୟାପିଟାଲ ହସ୍ପିଟାଲକୁ ଆସିଥିଲେ। ହସ୍ପିଟାଲରେ ତାଙ୍କୁ ଆଇସୋଲେସନ୍ ୱାର୍ଡରେ ରଖାଯାଇଥିଲା। ମାର୍ଚ୍ଚ ୧୫ ତାରିଖରେ ତାଙ୍କ ସ୍ବାବ୍ ନମୁନା ପରୀକ୍ଷାରୁ ସେ କରୋନା ପଜିଟିଭ୍ ଥିବା ଜଣାପଡ଼ିଥିଲା। ଯୁବକଜଣକ ଟ୍ରେନ୍ରେ ୭୬ଜଣ ଲୋକ ଓ ବାହାରେ ୫୩ଜଣ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଥିଲା । କରୋନା ପଜିଟିଭ୍ ଚିହ୍ନଟ ହେବା ସଂପୃକ୍ତ ଯୁବକଙ୍କ ପିତା ଓ ତାଙ୍କ ଘରୋଇ ସହାୟକଙ୍କୁ କ୍ୟାପିଟାଲ ହସ୍ପିଟାଲର ଆଇସୋଲେସନ୍ ୱାର୍ଡରେ ଭର୍ତି କରାଯାଇଥିଲା। ସେମାନେ କରୋନା ଆକ୍ରାନ୍ତ ହୋଇ ନ ଥିବା ନମୁନା ପରୀକ୍ଷାରୁ ଜଣାପଡ଼ିଥିଲା।