ପୁରୀ: କାର୍ତ୍ତିକ ମାସ ଓ ଶ୍ରୀମନ୍ଦିରରେ ପଞ୍ଚୁକ ଦର୍ଶନ ଶେଷ ପରେ ଆଜି ପୁଲିସ ଡିଜି ସୁନୀଲ ବଂଶଲ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି। ଦର୍ଶନ ବ୍ୟବସ୍ଥା ସମ୍ପର୍କରେ ପୁରୀ ଏସ୍ପି ଡା. କେ. ବିଶାଲ ସିଂହ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଶ୍ରୀ ବଂଶଲ କହିଛନ୍ତି, ଗତକାଲି ପଞ୍ଚୁକ ଶେଷ ହୋଇଛି। ବହୁ ସଂଖ୍ୟାରେ ଭକ୍ତ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରି ଫେରିଛନ୍ତି। କୋଭିଡ୍ ପରେ ଶ୍ରୀମନ୍ଦିରରେ ଭକ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ଏବେ ବିଶ୍ବ ଲୋକଙ୍କ ପ୍ରମୁଖ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି। ଏଣୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଆମର ପ୍ରଥମ ପ୍ରାଥମିକତା। ପରବର୍ତ୍ତୀ ଆହ୍ବାନ ହେଉଛି ନୂଆବର୍ଷ। ଜାନୁଆରି ୧ରେ ରାଜ୍ୟ ସହ ରାଜ୍ୟ ବାହାରୁ ଭକ୍ତମାନେ ବହୁ ସଂଖ୍ୟାରେ ଆସିଥାନ୍ତି। ସେମାନେ ଯେଭଳି ଭଲ ଅନୁଭୂତି ନେଇ ଫେରିବେ ଓ ଶୃଙ୍ଖଳିତ ମହାପ୍ରଭୁଙ୍କ ଦର୍ଶନ କରି ଫେରିବ, ତାହା ଆମର ପ୍ରାଥମିକତା ରହିବ ବୋଲି ଶ୍ରୀ ବଂଶଲ କହିଛନ୍ତି।
ନୂଆବର୍ଷରେ ଶୃଙ୍ଖଳିତ ଦର୍ଶନ ଆମ ପାଇଁ ଆହ୍ବାନ: ଡିଜିପି
/sambad/media/post_attachments/wp-content/uploads/2023/11/fshfshfshsfhsfh-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)