ଇଗ୍‌ନୋରେ ଏସ୍‌ସି ଓ ଏସ୍‌ଟି ପିଲାଙ୍କ ପାଇଁ ରିହାତି

ଭୁବନେଶ୍ବର : ଅଧାରୁ ପାଠ ଛାଡ଼ିଥିବା କିମ୍ବା କୌଣସି କାରଣରୁ ଉଚ୍ଚଶିକ୍ଷା ପାଇବାରୁ ବଞ୍ଚିତ ହୋଇଥିବା ଯେକୌଣସି ବୟସର ବ୍ୟକ୍ତିବିଶେଷଙ୍କ ପାଇଁ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ବବିଦ୍ୟାଳୟ(ଇଗ୍‌ନୋ)ରେ ୨୦୦ରୁ ଅଧିକ ବିଭାଗରେ ନାମଲେଖା ଚାଲୁରହିଛି। ଏଥିସହ ଅଣ୍ଡର ଗ୍ରାଜୁଏଟ୍‌ ଓ ପିଜି ଡିପ୍ଲୋମା କାର୍ଯ୍ୟକ୍ରମରେ ନାମ ପଞ୍ଜୀକରଣ କରିବାକୁ ଚାହୁଁଥିବା ଏସ୍‌ସି ଓ ଏସ୍‌ଟି ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖା ଦେୟ, ପୁନଃ ପଞ୍ଜୀକରଣ ଦେୟ ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି।

ତେବେ ଯେଉଁ ଏସ୍‌ସି ଓ ଏସ୍‌ଟି ଛାତ୍ରଛାତ୍ରୀ ଯଦି ଅନ୍ୟ କୌଣସି ଜାଗାରୁ ଛାଡ଼ ବା ରିହାତିର ସୁବିଧା ଉପଯୋଗ କରିଥିବେ ସେମାନେ ଇଗ୍‌ନୋ ପକ୍ଷରୁ ଦିଆଯାଉଥିବା ଏହି ରିହାତି ପାଇବେ ନାହିଁ। ଏ ସମ୍ପର୍କରେ ଇଚ୍ଛୁକ ଛାତ୍ରଛାତ୍ରୀ ଇଗ୍‌ନୋ ୱେବସାଇଟ୍‌ରୁ www.ignou.ac.in ଜାଣିପା‌ରିବେ କିମ୍ବା ଭୁବନେଶ୍ବରସ୍ଥିତ ଆଞ୍ଚଳିକ କେନ୍ଦ୍ରକୁ ମେଲ୍‌ [email protected] କରିପାରିବେ ବୋଲି ଆଞ୍ଚଳିକ ନିର୍ଦେଶକ ଏସ୍‌ କେ ତ୍ରିପାଠୀ କହିଛନ୍ତି।

ସମ୍ବନ୍ଧିତ ଖବର