ପାଟକୁରାକୁ ନେଇ ଭିନ୍ନ ଚର୍ଚ୍ଚା, ‌ମୋର୍ଚା ଧରି ଗଡ଼ ଜଗିଛି ବିେଜଡି

ରାଜ୍ୟ ବିେଜପି ସେତିକି ସକ୍ରିୟ ନାହିଁ

ଭୁବନେଶ୍ବର: ମାସାଧିକ ଧରି ଜାରି ରହିଥିବା ନିର୍ବାଚନ ପ୍ରକ୍ରିୟାରେ ପୂର୍ଣ୍ଣଛେଦ ପଡ଼ିବାକୁ ଯାଉଛି। ଆସନ୍ତା ୧୯ ତାରିଖ ଦିନ ସାଧାରଣ ନିର୍ବାଚନର େଶଷ ପର୍ଯ୍ୟାୟ ମତଦାନ େହବ। ଓଡ଼ିଶାର ୩୪ଟି ବୁଥରେ ସେହିଦିନ ସାନି ମତଦାନ ପାଇଁ ଭାରତର ନିର୍ବାଚନ କମିସନ ନିଷ୍ପତ୍ତି େନଇଛନ୍ତି। ହେଲେ ଆସନ୍ତା ୨୩ ତାରିଖ ଦିନ େଭାଟଗଣତି େହାଇ ନିର୍ବାଚନ ଫଳାଫଳ ପ୍ରକାଶ ପାଉଥିବା ବେଳେ ଏକମାତ୍ର ବିଧାନସଭା େକ୍ଷତ୍ର ଅର୍ଥାତ୍ ଓଡ଼ିଶାର େକନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ଆସନ ରହିଯିବ, େଯଉଁଠାରେ େଲାକପ୍ରତିନିଧି କେହି ନିର୍ବାଚିତ େହାଇନଥିବେ। କାରଣ ଏଠାରେ ଏଯାଏ େଭାଟ ଗ୍ରହଣ ହୋଇପାରିଲା ନାହିଁ। ଦିବଂଗତ ବିେଜଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଵାଲଙ୍କ ସ୍ଥାନରେ ଦଳ ତାଙ୍କ ପତ୍ନୀ ସାବିତ୍ରୀ ଅଗ୍ରଵାଲଙ୍କୁ ପ୍ରାର୍ଥୀ କରିଛି ଓ ସେ ଗତ ୩୦ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି। ତଥାପି ଏହି ଆସନ ଲାଗି ମତଦାନ କେବେ ହେବ, ତାହା ଏବେଠାରୁ ଆକଳନ କରିବା ମଧ୍ୟ ମୁସ୍କିଲ। ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫନି’ ଆଳରେ ନିର୍ବାଚନ କମିସନ େମ’୧୯ ତାରିଖରେ େହବାକୁ ଥିବା ଏହି ଆସନ ଲାଗି େଭାଟଗ୍ରହଣକୁ ୨ମାସ ଯାଏ ଘୁଞ୍ଚାଇ ଦେଇଛନ୍ତି। ଏହା ମଧ୍ୟରେ େଯ କୌଣସି ସମୟରେ ମତଦାନ େହାଇପାରେ ବା ନିର୍ବାଚନ କମିସନ ବିଳମ୍ବ କରିପାରନ୍ତି।

ପୁଣି ଏକୁଟିଆ ହୋଇଗଲେ ବିଜୟ ଦିଲ୍ଲୀ ଯିବେ, କେନ୍ଦ୍ର ନେତାଙ୍କୁ ଭେଟିବେ

ବିଜୁ ଜନତା ଦଳ ଏହି ଆସନକୁ ହାତେଇବା ଲାଗି ପ୍ରାଣମୂର୍ଛା ଉଦ୍ୟମ ଚଳାଇଛି। ବିଜେପୁର ଉପନିର୍ବାଚନ ପରିଚାଳନାରେ ସାମିଲ ଥିବା ଅଧିକାଂଶ େନତାଙ୍କୁ ପାଟକୁରା ଆସନ ଲାଗି ଦଳ କାମରେ ଲଗାଇ ସାରିଲାଣି। େକନ୍ଦ୍ରାପଡାରେ ରହି ଏମାନେ ପାଟକୁରା ନିର୍ବାଚନମଣ୍ଡଳୀରେ ଗୋଟିଚାଳନା କରୁଛନ୍ତି। ଏହି ଆସନର ୫୧ ପଞ୍ଚାୟତରେ ସଂଗଠନ ସଜାଡୁଛି ଦଳ। େଯଉଁମାନେ ଗତ ଦିନରେ ମୁହଁ ମୋଡି ବିେଜପି ଆଡକୁ ଆଉଜିଥିଲେ, ସେମାନଙ୍କୁ ବୁଝାଇ ସୁଝାଇ ପୁଣି ଥରେ ଘର ବାହୁଡା କାର୍ଯ୍ୟକ୍ରମ ଜାରି ରହିଛି। ବାତ୍ୟା ପ୍ରଭାବିତଙ୍କୁ ରିଲିଫ୍ େଯାଗାଣ ଆଳରେ ଦଳୀୟ େନତାମାନେ େଲାକଙ୍କ ମନ କିଣିବାକୁ ଉଦ୍ୟମ ଚଳାଇଛନ୍ତି।

ଏହି ଆସନରେ ସାବିତ୍ରୀ ଅଗ୍ରଵାଲଙ୍କ ସହିତ ବିେଜପିର ବରିଷ୍ଠ େନତା ବିଜୟ ମହାପାତ୍ରଙ୍କର ସିଧାସଳଖ ଲଢେଇ ହେଉଛି। କଂଗ୍ରେସରୁ ଜୟନ୍ତ ମହାନ୍ତି ପ୍ରାର୍ଥୀ େହାଇଛନ୍ତି। ବିେଜଡି ବିଜୟ ମହାପାତ୍ରଙ୍କ ଟିକେଟ୍ କାଟିବା ପରଠାରୁ ତାଙ୍କୁ ଆଉ ବିଧାନସଭା ପ୍ରବେଶ ପାଇଁ ସୁେଯାଗ ଦେଉନାହିଁ। ସେଥିପାଇଁ ସବୁସ୍ତରରେ ଦଳ ମୁକାବିଲା କରି ଆସିଛି। ଏଥର େବଦ ପ୍ରକାଶଙ୍କ ଅବର୍ତମାନରେ ତାଙ୍କ ପତ୍ନୀ ସାବିତ୍ରୀଙ୍କୁ ଲୋକଙ୍କ ଅନୁକମ୍ପା ମିଳିବ ନା ଦୀର୍ଘ ୧୯ ବର୍ଷ ଧରି ବିଧାନସଭା ପ୍ରବେଶ କରିପାରୁନଥିବା ବିଜୟ େଭାଟରଙ୍କ ଅନୁକମ୍ପା େଗାଟାଇବେ, ତାହା ପାଟକୁରା ନିର୍ବାଚନରେ ପରୀକ୍ଷା ନିରୀକ୍ଷା େହବ। ଖାସ୍ ଏଥିପାଇଁ ଏହି ଆସନର ନିର୍ବାଚନ ରାଜ୍ୟ ରାଜନୀତି ପାଇଁ ଗୁରୁତ୍ବପୂର୍ଣ୍ଣ େହାଇପଡିଛି। କାରଣ ମୁହଁଫୁଲାଇ ବିଜୟ ବିଜେପି ଛାଡିଥିଲେ, ହେଲେ େଶଷ ମୁହୂର୍ତରେ ଦଳ ତାଙ୍କୁ ପୁଣି ଥରେ ଘରକୁ େଫରାଇ ଆଣି ପ୍ରାର୍ଥୀ କରିଛି। ଏଣୁ ଏଥର ବିଜୟଙ୍କ ପାଇଁ ଚ୍ୟାଲେଞ୍ଜ ଅଧିକ ଓ ବିଜେପି ପାଇଁ ବି। କୌତୂହଳର କଥା େହଲା, ବିଜୟଙ୍କ ସହିତ ଏଥର ଲଢେଇରେ ବିେଜପି ରହିବ ନା ପୁଣି ଥରେ ସେ ଗତଦିନର ନିର୍ବାଚନ ଭଳି ଏକୁଟିଆ େହାଇଯିବେ, ତାହା ବଡ଼ ପ୍ରଶ୍ନ େହଲାଣି। କାରଣ, େଗାଟିଏ ପଟେ ବିେଜଡି ପାଟକୁରା ଦଖଲ ଲାଗି ପ୍ରାଣାନ୍ତକ ଉଦ୍ୟମ ଚଳାଇଥିବା ବେଳେ ଅନ୍ୟପଟରେ ବିଜୟଙ୍କ ଲାଗି ବିଜେପି ଅଣ୍ଟାଭିଡିବା ଭଳି କୌଣସି ବି ନିଷ୍ପତ୍ତି େନଇନାହିଁ। ବିେଜଡି ଭଳି ବିେଜପିର ରାଜ୍ୟସ୍ତରୀୟ ଶୀର୍ଷ େନତାମାେନ େସଠାରେ ଡେରା ପକାଇବା ତ ଦୂରର କଥା ନିର୍ବାଚନମଣ୍ଡଳୀ ମାଡ଼ୁନାହାନ୍ତି।

ଏମିତି ସମୟରେ ଏବେ ଫନି ବିେଜଡି-ବିଜେପିକୁ ନିକଟତର କରିଛି। ଏହାର ପାଟକୁରା ଉପରେ କି ପ୍ରଭାବ ରହିବ, ତାହାକୁ ନେଇ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ତର୍ଜମା ଚଳାଇଛନ୍ତି। ୨୦୦୯ ପୂର୍ବରୁ ବିଜୟଙ୍କ ସହିତ ଥିବା ଏନସିପିର ଟାଣୁଆ େନତାମାେନ େଶଷ ମୁହୂର୍ତରେ ବିେଜଡିରେ ସାମିଲ େହାଇଥିଲେ। ବାଧ୍ୟ େହାଇ ଏନସିପି ଛାଡିଥିଲେ ବିଜୟ। ୨୦୧୪ରେ ସମୀକରଣ କଣ େହଲା କେଜାଣି, ବିେଜପି ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଏହି ଆସନ ଲାଗି ପ୍ରଚାର କରିବାକୁ ଜଣେ ବି େକନ୍ଦ୍ରୀୟ େନତା ଆସିଲେନି। ସେ ସମୟରେ ସୁଷମା ସ୍ବରାଜଙ୍କ କାର୍ଯ୍ୟକ୍ରମ ବି ବାତିଲ େହାଇଥିଲା। ଏବେ ରାଜ୍ୟ ରାଜନୀତିରେ ଦେଖା ଯାଉଥିବା ନୂଆ ସମୀକରଣ ୨୦୧୪ର ପୁନରାବୃତ୍ତି କରିବନି ତ? ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ବିଜେପିର ଏଭଳି ହାବଭାବ େଦଖି ଚିନ୍ତାରେ ପଡିଛନ୍ତି ବିଜୟ। ରାଜ୍ୟ ନେତାଙ୍କ ସହିତ ଏ େନଇ ଆେଲାଚନା କରିସାରିଲେଣି। ବିଜୟ ଖୁବ୍ ଶୀଘ୍ର ଦିଲ୍ଲୀ ଯାଇ େକନ୍ଦ୍ରୀୟ େନତାଙ୍କ ସହିତ ଆେଲାଚନା କରିବାକୁ େଯାଜନା କରିଛନ୍ତି। କେବଳ ସେତିକି ନୁେହଁ, ସେ ନିର୍ବାଚନ କମିସନଙ୍କୁ େଭଟିବା ସମ୍ଭାବନା ରହିଛି। ପାଟକୁରା ବିେଜଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଵାଲ ସରକାରୀ ରିଲିଫ୍ ବାଣ୍ଟିବା ଘଟଣା ସଂପର୍କରେ ସେ େଫରାଦ େହାଇପାରନ୍ତି। ଉଲ୍ଲେଖଯୋଗ୍ୟ, ଆଜି ରାଜ୍ୟ ବିେଜପି େନତାମାନେ େକନ୍ଦ୍ରାପଡା ଜିଲ୍ଲାପାଳଙ୍କ ବିେରାଧରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ େଫରାଦ େହାଇଛନ୍ତି। ସରକାରୀ ରିଲିଫ୍ ପରିଚାଳନାେର ଶାସକ ଦଳର ସଂପୃକ୍ତି ନେଇ ଦଳ ଆପତ୍ତି ଉଠାଇଛି।

ସମ୍ବନ୍ଧିତ ଖବର