ଭାପୁର : ନୟାଗଡ ଜିଲ୍ଲାର ଭାପୁର ବ୍ଲକ୍‌ରେ ଗ୍ରାଫାଇଟ୍‌ ଖଣିର ସନ୍ଧାନ ମିଳିଥିବା ନେଇ ସୂଚନା ମିଳିଛି। ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ପକ୍ଷରୁ ଭାପୁର ବ୍ଲକ୍‌ ବାଇଗୁଣିଆ ପଞ୍ଚାୟତ ଅଧୀନ ଖୁଣ୍ଟୁପଡ଼ା ଗ୍ରାମରେ ଏହି ଗ୍ରାଫାଇଟ୍‌ ଖଣିର ସନ୍ଧାନ ମିଳିଥିବା କୁହାଯାଇଛି। ଭୁବିଜ୍ଞାନ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଖୁଣ୍ଟୁପଡ଼ା ଗ୍ରାମ ଛେଳିଆ ଟୁବୁରି ପାହାଡ଼ ମାଟି ତଳେ ପ୍ରଚୁର ପରିମାଣର ଗ୍ରାଫାଇଟ୍‌ ଥିବା ସାଟେଲାଇଟ୍‌ ସର୍ଭେରୁ ସୂଚନା ମିଳିଛି।

Advertisment

ସୋମବାର ପ୍ରଥମ ଦିନରେ ସଂସ୍ଥା ପକ୍ଷରୁ ପୂଜାର୍ଚ୍ଚନା କରି ଖନନ କାର୍ଯ୍ୟ ଆରମ୍ଭ କରାଯାଇଛି। ୭ ଜଣ କର୍ମଚାରୀ ଏଥି ନିମନ୍ତେ ନିୟୋଜିତ ହୋଇଥିବା ବେଳେ ୬୦ ଫୁଟ୍‌ ଗଭୀର ପର୍ଯ୍ୟନ୍ତ ଖୋଳାଯାଇ ଏହାର ମାଟି ଓ ପଥର ଲ୍ୟାବ୍‌କୁ ପରୀକ୍ଷା ନିମନ୍ତେ ପଠାଯିବ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ଖଣି ସନ୍ଧାନ ମିଳିବା ପରେ ଖୁଣ୍ଟୁପଡ଼ା ଗ୍ରାମ ଓ ଭାପୁର ଅଞ୍ଚଳରେ ଏହାକୁ ସ୍ୱାଗତ କରାଯାଇଛି।