ଢେଙ୍କାନାଳ: ଢେଙ୍କାନାଳରେ ସନ୍ଦିଗ୍ଧ ହେଲିକପ୍ଟରକୁ ନେଇ ଚର୍ଚ୍ଚା । ଆଜି ସକାଳୁ ଏକ ଧଳା ରଙ୍ଗର ହେଲିକପ୍ଟର ଢେଙ୍କାନାଳ ପଲ୍ଲିଶ୍ରୀ ମେଳା ପଡ଼ିଆରେ ଅବତରଣ କରିଛି। ଏହା କେଉଁଠୁ ଆସିଛି ଓ କାହିଁକି ଆସିଛି ପ୍ରଶାସନ ପାଖରେ ଏନେଇ କୌଣସି ସୂଚନା ନାହିଁ । ହେଲିକପ୍ଟରରେ ଏସିଇ ଏୟାର ସର୍ଭିସ୍ ଲେଖାଯାଇଛି।
ଏନେଇ ହେଲିକପ୍ଟର ପାଇଲଟଙ୍କୁ ପଚାରିବାରୁ ସେ ନୀରବତା ଅବଲମ୍ବନ କରୁଛନ୍ତି। ଆଗକୁ ମେ’୧୩ରେ ନିର୍ବାଚନ ଥିବାରୁ ଭିଆଇପି ଷ୍ଟାର ପ୍ରଚାରକ ଆସିବା ପାଇଁ ଏୟାର ଟ୍ରାଫିକ ସୁରକ୍ଷା ସହିତ ରାସ୍ତାଘାଟର ସୁରକ୍ଷା ଯାଞ୍ଚ ପାଇଁ ଏହା ଆସିଥାଇପାରେ ବୋଲି ଅନୁମାନ କରାଯାଉଛି । ସ୍ଥାନୀୟ ଅଧିବାସୀମାନେ ହେଲିକେପ୍ଟରେ ଅବତରଣ କୁ ନେଇ ଛାନିଆ ହୋଇପଡ଼ିଛନ୍ତୀ l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/WhatsApp-Image-2024-05-02-at-11.10.14-AM.jpeg)