ମନ୍ଦିର ଭିତରେ କିଭଳି ହେବ ଅକ୍ଷୟ ତୃତୀୟା ନୀତି, ସେବାୟତଙ୍କ ସହ ଆଲୋଚନା କଲା ଶ୍ରୀ ମନ୍ଦିର ପ୍ରଶାସନ

ପୁରୀ: ଶ୍ରୀମନ୍ଦିର ଭିତରେ ହେବ ଅକ୍ଷୟ ତୃତୀୟା ନୀତି ଓ ଚନ୍ଦନ ଯାତ୍ରାର ବିଧି । ଲକଡାଉନ କଟକଣା ଯୋଗୁଁ ମହାପ୍ରଭୁଙ୍କର କୌଣସି ପର୍ବ ବାହାରେ ହୋଇପାରିବ ନାହିଁ । ତେଣୁ ଶ୍ରୀମନ୍ଦିରର ପରମ୍ପରା ଓ ବିଧିକୁ କେମିତି ବଜାୟ ରଖି ହେବ, ସେଥିପାଇଁ ମହାପ୍ରଭୁଙ୍କ ସମସ୍ତ ପର୍ବକୁ ମନ୍ଦିର ଭିତରେ କରିବା ପାଇଁ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଦେଇଛନ୍ତି । ଅର୍ଥାତ ରଥ ନିର୍ମାଣ କାର୍ଯ୍ୟଠାରୁ ଆରମ୍ଭ କରି , ଚନ୍ଦନଯାତ୍ରା ଓ ଅନ୍ୟାନ୍ୟ ସମସ୍ତ ନୀତି ମନ୍ଦିର ଭିତରେ ଆରମ୍ଭ ହେବ ।

ଗତକାଲି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ନିଷ୍ପତି ନିିଆଯାଇଥିବା ବ୍ୟବସ୍ଥାରେ, ଶ୍ରୀମନ୍ଦିର ଭିତରେ ହେବାକୁ ଥିବା ଏହି ନୀତି ସ୍ଥାନକୁ ପରଖିଛନ୍ତି ସେବାୟତ । ରଥଯାତ୍ରା ଓ ଚନ୍ଦନଯାତ୍ରା ନୀତି ନିର୍ଘଣ୍ଟ ଓ ସ୍ଥାନ ନିରୂପଣ ପାଇଁ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ଚାଲିଛି | ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ରଥକାଠ ପୂଜା ଏବଂ ବାହାର ଚନ୍ଦନ ଯାତ୍ରା ବିଧିକୁ ଶ୍ରୀମନ୍ଦିର ଭିତରେ କିପରି କରାଯିବ ସେନେଇ ଆଲୋଚନା ଚାଲିଛି ।

ସେବାୟତ, ପରିଚାଳନା କମିଟି, ଶ୍ରୀମନ୍ଦିର ଅଧିକାରୀଙ୍କ ସହ ଜିଲ୍ଲାପାଳ, ଏସପିଙ୍କ ଆଲୋଚନା ଜାରି ରହିଛି। କାଲି ପବିତ୍ର ଅକ୍ଷୟ ତୃତୀୟା । କେନ୍ଦ୍ରର ଗାଇଡଲାଇନ ଅନୁସାରେ ବାହାରେ କୌଣସି ନୀତିକାନ୍ତି ହେବ ନାହିଁ । ତେଣୁ ଶ୍ରୀମନ୍ଦିର ଭିତରେ ନୀତି ସମ୍ପାଦିତ କରାଯିବ । ମେଘନାଦ ପାଚେରୀକୁ ଲାଗି ରହିଥିବା ସାହାଣି ମଣ୍ଡପ ନିକଟରେ ରଥକାଠ ପୂଜା କରାଯିବ । ଏହି ବିଧି କିପରି କରାଯିବ ସେନେଇ ସେବାୟତଙ୍କ ସହିତ ଆଲୋଚନା ଜାରି ରହିଛି ।

ସମ୍ବନ୍ଧିତ ଖବର