ବାଙ୍ଗିରିପୋଷିରେ ଆମ ପୁଲିସ ସମିତି ବୈଠକ: ନୂଆ ସଡ଼କ ନିୟମ ବିଷୟରେ ଆଲୋଚନା

ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ସଭାଗୃହରେ ବୁଧବାର ଆମ ପୁଲିସ ସମିତି ବୈଠକ ଥାନା ଅଧିକାରୀ ଚନ୍ଦନ ଘଡ଼େଇଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ନୂଆ ସଡ଼କ ନିୟମ ବିଷୟରେ ଆଲୋଚନା ହୋଇଥିଲା। ଜନସାଧାରଣ କିପରି ଉକ୍ତ ନିୟମ ବିଷୟରେ ସଚେତନ ହୋଇପାରିବେ, ସେ ବିଷୟରେ ଥାନା ଅଧିକାରୀ ସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ।

ପୁଲିସ ସମିତି ସଭାପତି ରାମଚନ୍ଦ୍ର ମୁର୍ମୁ, ଏସଆଇ ମହେଶ ବେହେରା, ଏଏସଆଇ ଅଶୋକ କୁମାର ଦାସ, କନେଷ୍ଟବଳ ଦୀପକ ପାଲବାବୁ ସହିତ ସମସ୍ତ ସାମ୍ବାଦିକ, ଜନପ୍ରତିନିଧି, ଆମ ପୁଲିସ ସମିତିର ସମସ୍ତ ସଭ୍ୟ ଓ ଥାନା କର୍ମଚାରୀମାନେ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଆସନ୍ତା ୨୦ ତାରିଖ ବାଙ୍ଗିରିପୋଷି ବ୍ଲକର ସମସ୍ତ ପୂଜାକମିଟିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୌଠକ ଅନୁଷ୍ଠିତ ହେବ ବୋଲି ଥାନା ଅଧିକାରୀଚନ୍ଦନ କୁମାର ଘଡେଇ କହିଛନ୍ତି।

ସମ୍ବନ୍ଧିତ ଖବର