ଭୁବନେଶ୍ବର : ରାଜା ରାଣୀଙ୍କର କାହାଣୀ, ବିଭିନ୍ନ ସମୟରେ ସମାଜର ଆର୍ଥିକ ବିକାଶ ତଥା ଅଗ୍ରଗତି କିମ୍ବା ଶ୍ରେଣୀ ସଂଘର୍ଷ କେବଳ ଇତିହାସ ନୁହେଁ। ବସ୍ତୁ ମାଧ୍ୟମରେ ଇତିହାସକୁ ବୁଝିବା ଦରକାର। ମଣିଷ ଯାହା ସବୁ ତିଆରି କରିଛି, ସେସବୁ ବସ୍ତୁକୁ ନେଇ ଇତିହାସ ଲେଖାଯିବା ଦରକାର ବୋଲି ଆଜି ଟାଟା ଷ୍ଟିଲ୍ ଭୁବନେଶ୍ବର ଲିଟେରାରି ମିଟ୍ରେ ବକ୍ତାମାନେ ଏଭଳି କହିଛନ୍ତି। ବିଶେଷକରି ‘କଳା ମାଧ୍ୟମରେ ଭାରତର ଆବିଷ୍କାର’ ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଇଥିବା ପ୍ରଖ୍ୟାତ ପ୍ରତ୍ନତତ୍ତ୍ୱବିତ୍ ରିଚାର୍ଡ ବ୍ଲୁର୍ଟନ୍ ଏଭଳି ମତ ରଖିଛନ୍ତି।
ଅନୁବାଦକ, ସ୍ତମ୍ଭକାର ତଥା ସମାଲୋଚକ ଯତୀନ୍ଦ୍ର କୁମାର ନାୟକଙ୍କ ପୁସ୍ତକ ‘ହିଷ୍ଟ୍ରି ଇଣ୍ଡିଆ, ହିଷ୍ଟ୍ରି ଇନ୍ ଅବଜେକ୍ଟସ୍’ ଉପରେ ଆଲୋଚନା କଲା ବେଳେ ରିଚାର୍ଡ ଆହୁରି କହିଲେ ଯେ ଦକ୍ଷିଣ ଏସିଆ ସଂସ୍କୃତି ତଥା ଭାରତୀୟ ସଂସ୍କୃତିରେ ଲୋକମାନେ ରଙ୍ଗକୁ ବହୁତ ଭଲ ପାଆନ୍ତି। ରଙ୍ଗର ମିଶ୍ରଣକୁ ନେଇ ଏତେ ପରିମାଣରେ ଏବଂ ଏତେ ନିଖୁଣ ଭାବେ ଚିତ୍ରିତ କଳାକୃତି ଅନ୍ୟ କେଉଁଠି ଦେଖିବାକୁ ମିଳେନାହିଁ। ସ୍ଥାପତ୍ୟ ତଥା ମନ୍ଦିରଗୁଡ଼ିକରେ ଭାରତୀୟ କଳା ସଂସ୍କୃତିର ନିଦର୍ଶନ ଦେଖିବାକୁ ମିଳିଥାଏ। ତେବେ ମହେଞ୍ଜୋଦାରୋ ସଭ୍ୟତାଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ମଣିଷ ବ୍ରିଟିସ୍ ମ୍ୟୁଜିୟମ୍ରେ ଥିବା ଦେଢ଼ ଲକ୍ଷ ବର୍ଷ ତଳର ବସ୍ତୁଗୁଡ଼ିକ ଯଥା ସ୍ଥାପତ୍ୟର ଚିତ୍ର, ଶିଳାଲିପି, ଫିଲ୍ମ ପୋଷ୍ଟର, ବ୍ୟାଙ୍କନୋଟ୍କୁ ନେଇ ସେ ପୁସ୍ତକ ପ୍ରସ୍ତୁତ କରିଥିବା କଥା କହିଥିଲେ।