ଭଦ୍ରକ: ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଅର୍ଥାଭାବରୁ ଜଣେ ରୋଗୀକୁ ଆଜି ପରିବାର ଲୋକେ ଟ୍ରଲିରେ ବୋହି ଡାକ୍ତରଖାନାକୁ ନେଇଛନ୍ତି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନୂଆସାହିରେ ଘଟିଥିବା ଏହି ଘଟଣା ଆମ୍ବୁଲାନ୍ସ ସେବା କାହାପାଇଁ ବୋଲି ପ୍ରଶ୍ନ ଉଠାଇଛି। ସୂଚନା ମୁତାବକ ଏହି ଗାଁର ଗଣେଶ ମାଣ୍ଡିଆ (୪୫)ଙ୍କୁ ଚିକିତ୍ସା ପାଇଁ ପରିବାର ଲୋକେ ଟ୍ରଲିରେ ନେଉଥିବା ଦେଖି ଲୋକେ ତଟସ୍ଥ ହୋଇଛନ୍ତି। ପ୍ରକାଶ ଯେ ଗଣେଶ ଜଣେ ଗରିବ ଲୋକ। ମୂଲ ଲାଗିଲେ ପରିବାର ଚଳେ। କିଛି ଦିନ ହେଲା ତାଙ୍କ ଦେହ ଅସୁସ୍ଥ ହୋଇ ପଡିଥିଲା। ତାଙ୍କ ସ୍ତ୍ରୀ ଏ ସମ୍ପର୍କରେ ଗାଁ ଲୋକଙ୍କୁ ଜଣାଇଥିଲେ। ଗାଁ ଲୋକେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ତେବେ ଗାଁକୁ ରାସ୍ତା ନଥିବା ଓ ସେହି ସମୟରେ ଆମ୍ବୁଲାନ୍ସ ମହଜୁଦ ନ ଥିବା ଯୋଗୁଁ ଆମ୍ବୁଲାନ୍ସ ଆସି ନ ଥିଲା। ଫଳରେ ପରିବାର ଲୋକେ ବାଧ୍ୟହୋଇ ଏକ ଟ୍ରଲିରେ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଏ ସମ୍ପର୍କରେ ମେଡିକାଲ କର୍ତ୍ତୃପକ୍ଷ କହନ୍ତି ଆମ୍ବୁଲାନ୍ସ ସମ୍ପର୍କରେ ଆମକୁ କେହି ଯୋଗାଯୋଗ କରିନାହାନ୍ତି।
ଟ୍ରଲିରେ ବୁହା ହେଲେ ରୋଗୀ
/sambad/media/post_attachments/wp-content/uploads/2018/01/Untitled-swe.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)