ରାଜ୍ୟରେ ରେକର୍ଡ କଲା କରୋନା : ଦିନକରେ ୨୨୫ ପଜିଟିଭ୍, ୧୨୦ ସୁସ୍ଥ

ଗଞ୍ଜାମରେ ୧୧ କୋଭିଡ ଯୋଦ୍ଧା ପଜିଟିଭ୍, କଟକ ଜିଲ୍ଲାରେ ସର୍ବାଧିକ ୧୩୮ ସକ୍ରିୟ ରୋଗୀ

ଭୁବନେଶ୍ବର : ରାଜ୍ୟରେ ଆଜି କରୋନା ରେକର୍ଡ ଭାଙ୍ଗିଛି। ଗୋଟିଏ ଦିନରେ ୨୨୫ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ୧୬ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଚିହ୍ନଟ ହୋଇଥିବା ରୋଗୀଙ୍କ ମଧ୍ୟରେ ୨୯ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ପ୍ରତ୍ୟେକ ଦିନ ବହୁସଂଖ୍ୟାରେ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେବା ରାଜ୍ୟ ଗୋଷ୍ଠୀ ସଂକ୍ରମଣ ଦିଗରେ ଆଡ଼କୁ ବଢ଼ୁଥିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଅପରପକ୍ଷରେ ରାଜ୍ୟରେ ମହିଳା ଆକ୍ରାନ୍ତଙ୍କ ସଂଖ୍ୟା ୫ଶହ ପାର୍ ହୋଇଛି।

କଟକ ଜିଲ୍ଲାରେ ସର୍ବାଧିକ ୯୧ଜଣ ଆକ୍ରାନ୍ତ ରହିଛନ୍ତି। ସ୍ଥାନୀୟ ଜିଲ୍ଲା ପ୍ରଶାସନ ଗତକାଲି ଏ ସଂପର୍କରେ ଆଗୁଆ ସୂଚନା ଦେଇଥିଲା। ଏହା ବାଦ୍‌ ଗଞ୍ଜାମରୁ ୨୦, ଖୋର୍ଧା ୧୯, ପୁରୀ ଓ କନ୍ଧମାଳ ୧୫, ଜଗତସିଂହପୁର ୧୩, ବଲାଙ୍ଗୀର ୧୨, ମୟୂରଭଞ୍ଜ ୯, ଢେଙ୍କାନାଳ ଓ ନୟାଗଡ଼ ୭ଜଣ ଲେଖାଏଁ, ଭଦ୍ରକ ୫, କେନ୍ଦ୍ରାପଡ଼ା ୪, କନ୍ଧମାଳ ୩, ବାଲେଶ୍ବର ୨, ଅନୁଗୁଳ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ୧୯୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରେ ୧୧ କୋଭିଡ ଯୋଦ୍ଧା କରୋନା ପଜିଟିଭ୍ ହୋଇଛନ୍ତି। ତହିଁରେ ଛତ୍ରପୁର ଆଇଆଇସି ଓ ଏସ୍‌ଡିପିଓ ରହିଛନ୍ତି।

TrialSite News

ଗୋଟିଏ ଦିନରେ ୨୨୫ଜଣ ଚିହ୍ନଟ ହେବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟାରେ ଦ୍ରୁତ ବୃଦ୍ଧି ଘଟିଛି। ଗଞ୍ଜାମରେ ସର୍ବାଧିକ ୬୭୮, ଖୋର୍ଧା ୩୩୪, ଯାଜପୁର ୩୨୯, କଟକ ୩୧୧, ବାଲେଶ୍ବର ୨୦୪, କେନ୍ଦ୍ରାପଡ଼ା ୧୭୫, ଭଦ୍ରକ ୧୫୭, ପୁରୀ ୧୪୮, ୧୪୩, ବଲାଙ୍ଗୀର ୧୪୧, ସୁନ୍ଦରଗଡ଼ ୧୨୩, ନୟାଗଡ଼ ଓ ମୟୂରଭଞ୍ଜରେ ୧୦୮ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ଏନ୍‌ଡିଆରଏଫ୍‌-ଓଡିଆରଏଫ୍‌ର ୧୩୬ଜଣ ଯବାନ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ଆକ୍ରାନ୍ତ ସଂଖ୍ୟା ୩୭୨୩ରେ ପହଞ୍ଚିଛି। ତହିଁରୁ ପୁରୁଷ ଆକ୍ରାନ୍ତଙ୍କ ସଂଖ୍ୟା ୩୧୯୩ ଥିବା ବେଳେ ମହିଳା ଆକ୍ରାନ୍ତଙ୍କ ସଂଖ୍ୟା ୫୩୦ରେ ପହଞ୍ଚିଛି। ରାଜ୍ୟରେ ୦-୧୪ବର୍ଷର ରୋଗୀଙ୍କ ସଂଖ୍ୟା ପ୍ରଥମ ଥର ଲାଗି ଶହେ ପାର କରି ୧୧୦ରେ ପହଞ୍ଚିଛି। ୬୦ବର୍ଷରୁ ଅଧିକ ଆକ୍ରାନ୍ତଙ୍କ ସଂଖ୍ୟା ୯୭ ଛୁଇଁଛି।

ଅପରପକ୍ଷରେ ଆଜି ରାଜ୍ୟରେ ୧୨୦ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ଗଞ୍ଜାମରୁ ୩୩, ଗଜପତି ୧୮, ସୋନପୁର ୧୩, ବାଲେଶ୍ବର ୧୨, ବଲାଙ୍ଗୀର ଓ ଖୋର୍ଧାରୁ ୮ଜଣ ଲେଖାଏଁ, ମୟୂରଭଞ୍ଜ ୭, କଟକ ୪, ଯାଜପୁର, ନୟାଗଡ଼ ଓ ନୂଆପଡ଼ରୁ ୩ଜଣ ଲେଖାଏଁ, ଢେଙ୍କାନାଳ, ପୁରୀ ଓ ରାୟଗଡ଼ାରୁ ୨ଜଣ ଲେଖାଏଁ, କେନ୍ଦ୍ରାପଡ଼ା ଓ କଳାହାଣ୍ଡିରୁ ଜଣେ ଲେଖାଏ ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୨୫୯୪ରେ ପହଞ୍ଚିଛି। କଟକ ଜିଲ୍ଲାରେ ସର୍ବାଧିକ ୧୮୨ ସକ୍ରିୟ ରୋଗୀ ଥିବା ବେଳେ ଏନ୍‌ଡିଆରଏଫ୍‌-ଓଡିଆରଏଫ୍‌ ୧୩୬, ଖୋର୍ଧା ୧୧୫ ଓ ଗଞ୍ଜାମରେ ୯୫ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ରାଜ୍ୟରେ ଏବେ ୧୫୦୪ ଜଣ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ପୃଥକବାସରେ ରହିଛନ୍ତି। ରାଜ୍ୟରେ ଏବେ ୧ଲକ୍ଷ ୯୬ହଜାର ୪୫୬ କୋଭିଡ ନମୁନା ପରୀକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର