ମ.ରାମପୁର: ମ.ରାମପୁର ବ୍ଲକ୍ ଲୁବେନଗଡ଼ ପଞ୍ଚାୟତରେ ପିଡିଏସ୍ ଚାଉଳ ବଣ୍ଟନରେ ଅବ୍ୟବସ୍ଥା ନେଇ ସରପଞ୍ଚ ଓ ଅଞ୍ଚଳବାସୀ ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ରରେ ଆଦିବାସୀ ଅଧ୍ୟୁଷିତ ଲୁବେନଗଡ଼ ପଞ୍ଚାୟତର ପ୍ରାୟ ଅଧିକାଂଶ ପରିବାର ବିପିଏଲ୍ ଶ୍ରେଣୀର ହୋଇଥିବାରୁ ସମସ୍ତେ ପିଡିଏସ୍ ଚାଉଳ ଉପରେ ନିର୍ଭର କରିଥାନ୍ତି।
୨୦୧୭ ନିର୍ବାଚନ ସମୟରେ ଲୁବେନଗଡ଼ ପଞ୍ଚାୟତ ଉର୍ଲାଦାନୀ ପଞ୍ଚାୟତଠାରୁ ଅଲଗା ହୋଇ ନୂତନ ପଞ୍ଚାୟତ ଗଠିତ ହୋଇଥିଲା। ସେହିଦିନଠାରୁ ଏକ ସ୍ବୟଂ ସହାୟକ ମହିଳା ଗୋଷ୍ଠୀକୁ ପିଡିଏସ୍ ଚାଉଳ ବଣ୍ଟନ ଦାୟିତ୍ବ ଦିଆଯାଇଥିଲା। ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପିଡିଏସ୍ ଚାଉଳ ବଣ୍ଟନ ଦାୟିତ୍ବ ନେବା ଦିନଠାରୁ ଅନିୟମିତତା ଦେଖା ଦେବା, ନିର୍ଦ୍ଧାରିତ ଓଜନଠାରୁ କମ୍ ଚାଉଳ ଦିଆଯିବା, ବିଭିନ୍ନ ସମୟରେ କାର୍ଡଧାରୀଙ୍କୁ ବିଭିନ୍ନ ଆଳ ଦେଖାଇ ମାସ ମାସ ଚାଉଳ ନଦେବା ଆଦି ଅଭିଯୋଗ ହେବା ସହ ପିଡିଏସ୍ ଚାଉଳ ବଣ୍ଟନ ସ୍ବୟଂ ସହାୟକ ଗୋଷ୍ଠୀକୁ ଦିଆନଯାଇ ପଞ୍ଚାୟତ ମାଧ୍ୟମରେ ହିତାଧିକାରୀଙ୍କୁ ଦିଆଯାଉ ବୋଲି ଲୁବେନଗଡ଼ ସରପଞ୍ଚ ରମା ମାଝୀ ଓ ଅଞ୍ଚଳବାସୀ ମ.ରାମପୁର ବିଡିଓ ଉତ୍ତମ ବାଗଙ୍କ ନିକଟରେ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/11-1.jpg)