ସମଲେଶ୍ବରୀ ମନ୍ଦିର ସୌନ୍ଦର୍ଯ୍ୟକରଣ: ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ବିସ୍ଥାପିତ

ଭୁବନେଶ୍ବର : ସମଲେଶ୍ବରୀ ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଏଥିପାଇଁ ବିଭିନ୍ନ ପର୍ଯ୍ୟାୟରେ ସର୍ଭେ କାର୍ଯ୍ୟ ମଧ୍ୟ ଜାରି ରହିଛି। ଏଥିଯୋଗୁଁ ବିସ୍ଥାପିତ ହେବାକୁ ଥିବା ଘୁନଘୁଟିପଡ଼ା ଅଧିବାସୀ ଉପଯୁକ୍ତ ଥଇଥାନ ଦାବି ନେଇ ୧୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ପ୍ରତିନିଧି ଦଳ ସମ୍ବଲପୁରରୁ ଭୁବନେଶ୍ବର ଅଭିମୁଖେ ବାହାରିଛନ୍ତି। ପ୍ରତିନିଧି ଦଳ କହିଛି, ସମଲେଶ୍ବରୀ ମନ୍ଦିର ସୌନ୍ଦର୍ଯ୍ୟକରଣକୁ ସେମାନେ ସ୍ବାଗତ କରନ୍ତି। ଏଥିପାଇଁ ବିସ୍ଥାପିତ ହେବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ମାତ୍ର ନ୍ୟୁନତମ ସୁବିଧା ଥାଇ ଉପଯୁକ୍ତ ଥଇଥାନ ନହେଲେ ଏହି ପଡ଼ାରେ ରହୁଥିବା ୨୫୦ ପରିବାର କେଉଁ ଆଡ଼କୁ ଯିବେ ବୋଲି ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର