ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନାମଫଳକ ଲେଖାଯିବା ନେଇ ନିର୍ଦ୍ଦେଶ

ଭୁବନେଶ୍ୱର: ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନାମଫଳକ ଲେଖାଯିବା ପାଇଁ ନିର୍ଦ୍ଦେଶ ହୋଇଛି। ଏ ନେଇ ମଙ୍ଗଳବାର ଉନ୍ନୟନ କମିସନର ଓ ଅତିରିକ୍ତ ମୁଖ୍ୟ ସଚିବ ଆର. ବାଳକୃଷ୍ଣଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ପ୍ରିନ୍ସପାଲ ସେକ୍ରେଟେରୀ(ଲେବର ଆଣ୍ଡ ଇଏସ୍‌ଆଇ) ଅନୁ ଗର୍ଗଙ୍କ ଉପସ୍ଥିତିରେ ହୋଇଥିବା ଆଲୋଚନାରେ ଦେକାନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ସମ୍ମୁଖରେ ଓଡ଼ିଆରେ ନାମଫଳକ ଲେଖାଯିବା ପାଇଁ ନିର୍ଦ୍ଦେଶ ହୋଇଛି।

ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ ଲଗାଯିବ। ସଂପୃକ୍ତ ସଂସ୍ଥାର କର୍ତ୍ତୃପକ୍ଷ ନାମଫଳକରେ ଓଡ଼ିଆ ଭାଷା ସହିତ ଅନ୍ୟ ଭାଷା ମଧ୍ୟ ବ୍ୟବହାର କରିପାରିବେ। ଆଗାମୀ ୧୫ ଦିନ ମଧ୍ୟରେ ଓଡ଼ିଆରେ ନାମଫଳକ ଲେଖାଯିବାକୁ ନିର୍ଦ୍ଦେଶ ହୋଇଛି।

ସାଧାରଣ ପ୍ରଶାସନ ଓ ସାର୍ବଜନୀନ ଅଭିଯୋଗ ବିଭାଗ ପକ୍ଷରୁ ସମସ୍ତ ସରକାରୀ ବିଭାଗକୁ ନୋଟିସ ଜାରି କରି ବାଳକୃଷ୍ଣଙ୍କୁ ପଚରା ଯାଇଥିଲା। ଓଡ଼ିଆରେ ନାମଫଳକ ଲଗାଇବା ପାଇଁ ସମସ୍ତ ପୌରପାଳିକା ଅଞ୍ଚଳରେ ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ସ୍ୱତନ୍ତ୍ର ପ୍ରଚାର ଅଭିଯାନ ପାଇଁ କୁହାଯାଇଥିଲା।

ସମ୍ବନ୍ଧିତ ଖବର