ରାଉରକେଲା : ଜବାଘାଟର ପୁରୁଣା ଶ୍ମଶାନ ଘାଟ କବ୍ଜାକୁ ସ୍ଥାନୀୟ ଲୋକଙ୍କ ପକ୍ଷରୁ କଡା ବିରୋଧ କରାଯାଇଛି। ଯାହାକୁ କେନ୍ଦ୍ର କରି କବ୍ଜା କରିବାକୁ ଯାଇଥିବା ଲୋକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। ବନ୍ଧମୁଣ୍ଡା ପୁଲିସ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡିଥିଲା।
ଜଗାଘାଟ ଗାଁ ନିକଟରେ ପ୍ରାୟ ୫୦ ବର୍ଷର ପୁରୁଣା ଶ୍ମଶାନ ଘାଟ ରହିଛି। ଆଜି ରାଉରକେଲା ସହର କିଛି ଲୋକ ଶ୍ମଶାନ ଘାଟ ନିଜର ବୋଲି ଦାବି କରିଥିଲେ। ସେମାନଙ୍କ ନିକଟରେ ଶ୍ମଶାନ ଘାଟର କାଗଜପତ୍ର ରହିଛି କହିଥିଲେ। ସୂଚନା ପାଇ ଗାଁର ଶତାଧିକ ପୁରୁଷ ମହିଳା ଘଟଣାସ୍ଥଳରେ ପହଞ୍ଚି ବିରୋଧ କରିଥିଲେ। ସେମାନଙ୍କ ବାପ, ଅଜା ଅମଳରୁ ଶ୍ମଶାନ ଘାଟକୁ ବ୍ୟବହାର କରି ଆସୁଛି ବୋଲି କହିଥିଲେ। କୌଣସି ମୋତେ ଏହି ଜାଗାକୁ କାହାରିକୁ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଥିଲେ। ଶ୍ମଶାନ ଜାଗାକୁ ଦଖଲ କରିବାକୁ ଆସିଥିବା ଲୋକଙ୍କୁ ସେଠାରୁ ତଡିଦେବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପୁଲିସ ପହଞ୍ଚି ଉଭୟଙ୍କୁ ବୁଝାସୁଝା କରିଥିଲେ। ଉଭୟ ପକ୍ଷରୁ ଆବଶ୍ୟକ କାଗଜପତ୍ର ଥାନାରେ ଦାଖଲ କରିବାକୁ କହିଥିଲେ। ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/89a124ff-9c6f-4d28-a251-3dacbac9519d.jpg)