ଜଗତସିଂହପୁରରେ ବିଜେଡି କର୍ମୀଙ୍କ ଅସନ୍ତୋଷ, ଭଙ୍ଗାରୁଜା

ଜଗତସିଂହପୁର ଟାଉନ୍ : ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଜଗତସିଂହପୁର ଆସନରୁ ବିଧାୟକ ପ୍ରଶାନ୍ତ ମୁଦୁଲି ଲଢିବେ େବାଲି େଘାଷଣା କରିବା ପରେ ଉଭୟ ଏରସମା ବାଲିକୁଦା ଓ ଜଗତସିଂହପୁର ନିର୍ବାଚନମଣ୍ତଳୀରେ ଦଳୀୟ କର୍ମୀଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି। ପ୍ରଶାନ୍ତ ମୁଦୁଲିଙ୍କୁ ବିରୋଧ କରି ଜଗତସିଂହପୁର ଆସନ ପାଇଁ ଆଶାୟୀ ଥିବା ଅମରେନ୍ଦ୍ର ଦାସଙ୍କ ସମର୍ଥକମାନେ ଦଳୀୟ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ସହ ପ୍ରଶାନ୍ତଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ପୂର୍ବତନ ବିଧାୟକ ବିଷ୍ଣୁ ଦାସଙ୍କ ଭୁବନେଶ୍ବରର ସରକାରୀ କ୍ବାଟର୍ସ ସମ୍ମୁଖରେ ମଧ୍ୟ ବିଜେଡି କର୍ମୀ ବିକ୍ଷୋଭ କରିଥିଲେ। ଶେଷ ଖବର ସୁଦ୍ଧା ଉତ୍ତ୍ୟକ୍ତ ବିଜେଡି କର୍ମୀ ଏନ୍‌ଏଚ୍‌-୫୫ ଅବରୋଧ କରିଛନ୍ତି।

ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ବିଜେପିରେ ଯୋଗଦାନ ଏବଂ ବିଜେପି ନେତା ରଘୁନନ୍ଦନ ଦାସଙ୍କ ବିଜେଡିରେ ଯୋଗଦାନ ପରେ ଜଗତସିଂହପୁର ଜିଲ୍ଲା ରାଜନୀତି ସମ୍ପୂର୍ଣ୍ଣ ଓଲଟପାଲଟ ହୋଇଯାଇଛି। ଏଥର ଏରସମା-ବାଲିକୁଦା ନିର୍ବାଚନମଣ୍ତଳୀରେ ପ୍ରଶାନ୍ତ ମୁଦୁଲି ନିଶ୍ଚିତ ଦଳୀୟ ଟିକେଟ୍ ପାଇବେ ବୋଲି ବିଜେଡି କର୍ମୀ ଓ ସମର୍ଥକମାନେ ଆଶା କରିଥିଲେ। ଆଜିର େଘାଷଣା ତାଙ୍କ ସମର୍ଥକଙ୍କୁ ନିରାଶ କରିଛି। ଅପରପକ୍ଷେ, ଏରସମା-ବାଲିକୁଦାରୁ ରଘୁନନ୍ଦନ ଦାସଙ୍କୁ ଟିକେଟ୍ ମିଳିବା ପରେ ତାଙ୍କ ସମର୍ଥକମାନେ ଆତସବାଜି କରି ଖୁସି ମନାଇଛନ୍ତି।
ଏପଟେ କିନ୍ତୁ ଜଗତସିଂହପୁରରେ ପ୍ରଶାନ୍ତଙ୍କୁ ତୀବ୍ର ବିରୋଧ କରାଯାଇଛି। ସ୍ଥାନୀୟ ବିଜୁ ପଟ୍ଟନାୟକ ଛକରେ ବିଜେଡିର ଶତାଧିକ ଅସନ୍ତୁଷ୍ଟ କର୍ମୀ ଏକତ୍ର ହୋଇ ପ୍ରଶାନ୍ତଙ୍କ କୁଶପୁତ୍ତଳିକା ଦାହ କରିବା ସହ ନାରାବାଜି କରିଛନ୍ତି। ଖାଲି ସେତିକି ନୁହେଁ, ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ପଶି କିଛି ଯୁବକ ଫ୍ଲେକ୍ସ ଫାଡ଼ିବା ସହ ଭଙ୍ଗାରୁଜା କରିଛନ୍ତି। ଅମରେନ୍ଦ୍ରଙ୍କ ସମର୍ଥକମାନେ ପ୍ରଶାନ୍ତଙ୍କ ବିରୋଧରେ ଏକ ବିରାଟ ବାଇକ୍ ଶୋଭାଯାତ୍ରା କରିଛନ୍ତି।

ସୂଚନାଯୋଗ୍ୟ, ଚଳିତଥର ବିଷ୍ଣୁ ଦାସ ତିର୍ତ୍ତୋଲରୁ ପ୍ରାର୍ଥୀ ହେବା ପାଇଁ ଲବି କରିବା ସହ ଜଗତସିଂହପୁର ଆସନରୁ ନିଜ ଅନୁଗତ ଅମରେନ୍ଦ୍ରଙ୍କୁ ପ୍ରାର୍ଥୀ କରାଇବେ ବୋଲି କହିଥିଲେ। ସେଥିପାଇଁ ଅମରେନ୍ଦ୍ର ପ୍ରସ୍ତୁତି ଆରମ୍ଭ କରିଥିଲେ। େଗାଟିଏ ସମୟରେ ଅମରେନ୍ଦ୍ର ଟି‌କେଟ ନ ପାଇଲେ ସମଥର୍କମାନେ ସମୂହ ଇସ୍ତଫା ଦେବେ ବୋଲି ଚେତାବନୀ ବି ଦେଇଥିଲେ। ଗତକାଲି ଶତାଧିକ କର୍ମୀ ନବୀନ ନିବାସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ବି ଆଜି ପ୍ରଶାନ୍ତଙ୍କୁ ଟିକେଟ ଦିଆଗଲା।

ସମ୍ବନ୍ଧିତ ଖବର