ପାରଳାଖେମୁଣ୍ଡି : ପାରଳା ଟିକଟ ପାଇବାରୁ ବଞ୍ଚିତ ପୂର୍ବତନ ବିଧାୟକ କେ. ନାରାୟଣ ରାଓଙ୍କ ସମର୍ଥକମାନଙ୍କ ମଧୢରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଫଳରେ ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ଭଙ୍ଗାରୁଜା କରାଯିବା ସହ ଆସନ୍ତାକାଲି ବିଦ୍ରୋହୀ ଗୋଷ୍ଠୀ ସାମୂହିକ ଇସ୍ତଫା ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି। ନାରାୟଣ ରାଓଙ୍କୁ ଟିକଟ ନ ମିଳିବା ପ୍ରତିବାଦରେ ୩୦ ଜଣ ସରପଞ୍ଚ, ସମିତି ସଭ୍ୟ, ତିନି ଜଣ ଜିଲ୍ଲା ପରିଷଦ ସଭ୍ୟ ଓ ଦୁଇ ଜଣ ବ୍ଲକ ଅଧୢକ୍ଷଙ୍କ ସମେତ ବିଜେଡ଼ି କର୍ମୀ ଦଳ ଛାଡ଼ିବେ ବୋଲି ସୂଚନା ମିଳିଛି।
ଆଜି ଅପରାହ୍ନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପାରଳା ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥିନୀ ଭାବେ ଦଳୀୟ ଟିକଟ ପାରଳା ରାଜକୁମାରୀ କଲ୍ୟାଣୀ ଦେବୀଙ୍କୁ ଦେବା ପରେ ପାରଳା ବିଧାନସଭା ଅଞ୍ଚଳର ବିଜୁ ଜନତା ଦଳ ମଧୢରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। କଲ୍ୟାଣୀ ଦେବୀଙ୍କ ସମର୍ଥକମାନେ ଉତ୍ସବ ମନାଉଥିବା ବେଳେ ପୂର୍ବତନ ବିଧାୟକ କେ ନାରାୟଣ ରାଓଙ୍କ ସମର୍ଥକମାନଙ୍କ ମଧୢରେ ବିଦ୍ରୋହର ନିଆଁ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକଙ୍କ ବିରୋଧରେ ନାରାବାଜି କରି ବିରୋଧ ପ୍ରଦର୍ଶନ କରାଯାଇଛି। ନାରାୟଣ ରାଓଙ୍କ ସମର୍ଥକମାନେ ଜିଲ୍ଲା ବିଜେଡ଼ି କାର୍ଯ୍ୟାଳୟରେ ଭ˚ଗାରୁଜା କରି ଦଳୀୟ ପତାକା ଚିରି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ଲେକ୍ସ ଫଟୋକୁ ଚିରି ଦେବା ସହିତ ପୋଡ଼ି ପକାଇଛନ୍ତି। ଗ୍ରାମାଞ୍ଚଳରେ ମଧୢ କେତକ ସ୍ଥାନରେ ସମର୍ଥକଙ୍କ ମଧୢରେ ବିଦ୍ରୋହ ଦେଖାଯାଇଥିବା ସୂଚନା ମିଳିଛି। ବିଜେଡିର ବରିଷ୍ଠ ନେତା ତଥା କାଶୀନଗର ବ୍ଲକ ଅଧୢକ୍ଷ ସିଏଚ ସିମାଦ୍ରୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ବିଜେଡିର ଦୃଢ ସ˚ଗଠକ ନାରାୟଣ ରାଓଙ୍କୁ ଟିକଟ ନ ଦେଇ ସୁପ୍ରିମୋ ନବୀନ ପଟ୍ଟନାୟକ ଭୁଲ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/bjd-poster.jpg)