ବିଚାରପତି ନିଯୁକ୍ତି ପ୍ରସଙ୍ଗ ନେଇ ବିତର୍କ ବଢ଼ିଲା

କଲେଜିୟମରେ ସହମତି ହୋଇନଥିଲା, ସୁପାରିସ ନାମରେ ବି ରହିଛି ସଙ୍ଗିନ ଅଭିଯୋଗ

ଭୁବ‌େନଶ୍ବର : ସିବିଆଇ ନିେର୍ଦଶକ ନିଯୁକ୍ତି ନେଇ ବିତର୍କ ମୁଣ୍ଡ ଟେକିଛି। ଏହି ପ୍ରସଙ୍ଗ ଏବେ ସମଗ୍ର ଦେଶରେ ଆେଲାଚନାର କେନ୍ଦ୍ର ବିଜୁ ସାଜିଛି। କେନ୍ଦ୍ର ସରକାର ମଧ୍ୟ ଅକଳରେ ପଡିଛନ୍ତି। ଏଥିସହିତ ସୁପ୍ରିମକୋର୍ଟ, ହାଇେକାର୍ଟ ବିଚାରପତି ନିଯୁକ୍ତି ପ୍ରକ୍ରିୟାର ସ୍ବଚ୍ଛତାକୁ ନେଇ ବିଭିନ୍ନସ୍ତରରେ ତର୍ଜମା ଆରମ୍ଭ ହୋଇଗଲାଣି।

ଠିକ୍ ଏମିତି ଏକ ସମୟରେ ଓଡ଼ିଶା ହାଇେକାର୍ଟର ବିଚାରପତି ପଦବି ଲାଗି ଯେଉଁ ନାମ ତାଲିକା ସୁପାରିସ ହୋଇଛି ସେ ପ୍ରସଙ୍ଗଟି ପୁଣି ଚର୍ଚ୍ଚାର ପରିଧିକୁ ଆସିଛି। ଗୋଟିଏ ପଟେ କଲେଜିୟମରେ ସହମତି ନ େହବା କାରଣରୁ ତତ୍କାଳୀନ ମୁଖ୍ୟ ବିଚାରପତି ଭିନିତ ଶରଣ ନୂଆ ବିଚାରପତି ନିଯୁକ୍ତି ଲାଗି କଲେଜିୟମ ସାମ୍ନାକୁ ଆସିଥିବା ସବୁ ନାଁ ଥିବା ତାଲିକାକୁ ସର୍ବୋଚ୍ଚ ଅଦାଲତଙ୍କୁ ପଠାଇଛନ୍ତି। େଯହେତୁ କଲେଜିୟମରେ ଥିବା ଅନ୍ୟ ଦୁଇ ବରିଷ୍ଠ ବିଚାରପତିଙ୍କର ଏଥିରେ ସହମତି ନାହିଁ, ଏଣୁ ସୁପ୍ରିମକୋର୍ଟ ଏହାକୁ ଗ୍ରହଣ କରିେବ କି ନାହିଁ, େସ େନଇ ପ୍ରଶ୍ନବାଚୀ ସୃଷ୍ଟି େହାଇଛି। ଅନ୍ୟପଟରେ େଯଉଁ ୧୨ଜଣଙ୍କ ନାମ ସୁପାରିସ େହାଇଛି, େସମାନଙ୍କ ମଧ୍ୟରୁ ଅେନକଙ୍କ ନାମରେ ସଙ୍ଗିନ ଅଭିେଯାଗ ଥିବା େନଇ ଆଲୋଚନା େଜାର ଧରିଲାଣି। ଏପରି ପରିସ୍ଥିତିରେ ହାଇେକାର୍ଟର ସମ୍ମାନ ଆଞ୍ଚ ଆସିବାର ଆଶଙ୍କା ବଢିଯାଇଛି।

ଉଲ୍ଲେଖଯୋଗ୍ୟ, ଓଡ଼ିଶା ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କୁ ମିଶାଇ େମାଟ ୨୭ ଜଣ ବିଚାରପତି ରହିବା କଥା। ଆଜି ଦିନରେ ଏହି ସଂଖ୍ୟା ୧୪ ରହିଛି। ମାମଲା ଚାପ ବଢୁଥିବା କାରଣରୁ ଅନେକ ସମୟରେ ବିଭିନ୍ନ ମହଲରେ ବିଚାରପତି ନିଯୁକ୍ତି ବିଳମ୍ବକୁ େନଇ ଉଦବେଗ ପ୍ରକାଶ ପାଇଛି। ହାଇକୋର୍ଟର ବରିଷ୍ଠ ଆଇନଜୀବୀମାେନ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ତୁରନ୍ତ ଖାଲି ଥିବା ବିଚାରପତି ପଦବି ପୂରଣ ପାଇଁ ଚାପ ପକାଉଛନ୍ତି।

ନିୟମ ଅନୁସାରେ, ମୁଖ୍ୟ ବିଚାରପତି ଓ ଅନ୍ୟ ଦୁଇ ବରିଷ୍ଠ ବିଚାରପତିଙ୍କୁ େନଇ ଗଠିତ କଲେଜିୟମ୍ ବିଚାରପତି ପଦ ପୂରଣ ପାଇଁ ନାମ ସୁପାରିସ କରିବା କଥା। ଏହି କ୍ରମରେ ତତ୍କାଳୀନ ମୁଖ୍ୟ ବିଚାରପତି ଭିନିତ ଶରଣ, ବିଚାରପତି ଇନ୍ଦ୍ରଜିତ ମହାନ୍ତି, ବିଚାରପତି ସଞ୍ଜୁ ପଣ୍ଡାଙ୍କୁ େନଇ ଏହି କଲେଜିୟମ ଗଠନ େହାଇଥିଲା। ମାତ୍ର େଯତେ ସବୁ ନାମ ଆସିଥିଲା, ତାହାକୁ େନଇ କଲେଜିୟମରେ ସହମତି େହାଇପାରିଲା ନାହିଁ। େତଣୁ ତତ୍କାଳୀନ ମୁଖ୍ୟ ବିଚାରପତି ଭିନିତ ଶରଣ ଏକ ୧୨ ଜଣିଆ ନାମ ତାଲିକା ସୁପ୍ରିମ କୋର୍ଟଙ୍କୁ ସୁପାରିସ କରିଛନ୍ତି।

ବରିଷ୍ଠ ଆଇନଜୀବୀ ଓ ଜିଲ୍ଲା ଜଜ୍ ପାହ୍ୟାର ଅଧିକାରୀଙ୍କୁ େନଇ ଯେଉଁ ତାଲିକା ପଠାଯାଇଛି, ତାର ସ୍ବଚ୍ଛତା େନଇ ବିତର୍କ ଉଠିଲାଣି। କାରଣ ସୁପାରିସ େହାଇଥିବା କିଛି ନାମ ଉପରେ ସଙ୍ଗିନ ଅଭିେଯାଗ ରହିଛି।

ଯଦିଓ ଏହି ନିଯୁକ୍ତି ପ୍ରକ୍ରିୟାଟି ଅତ୍ୟନ୍ତ ଜଟିଳ, ତଥାପି ଯଦି ବିବାଦୀୟ ବା ଅଭିଯୋଗ ଥିବା ବ୍ୟକ୍ତିଙ୍କ ନାମ ସୁପାରିସ କରାଗଲେ, ସୁପ୍ରିମ କୋର୍ଟ ଏହାକୁ ଭଲ ଦୃଷ୍ଟିରେ ଗ୍ରହଣ କରିନପାରନ୍ତି। ଏହାଦ୍ବାରା ହାଇେକାର୍ଟଙ୍କ ଗରିମା କ୍ଷୁର୍ଣ୍ଣ େହବାର ଭୟ ରହିଛି େବାଲି କିଛି ଆଇନଜୀବୀ ମତ ରଖୁଛନ୍ତି।

ଏଠାରେ ପ୍ରକାଶଥାଉକି, ୨୦୧୫ରେ େଶଷ ଥର ପାଇଁ ଓଡ଼ିଶା ହାଇକୋର୍ଟରେ ନୂଆ ବିଚାରପତିଙ୍କୁ ନିଯୁକ୍ତି ଦିଆଯାଇଥିଲା। ଇତିମଧ୍ୟରେ ତିନି ବର୍ଷ େହଲାଣି। ବିଚାରପତି ପଦ ଖାଲିଥିବା କାରଣରୁ ମାମଲା ସଂଖ୍ୟା ପାଖାପାଖି ୨ଲକ୍ଷ ଛୁଇଁବାକୁ ବସିଲାଣି।

ସମ୍ବନ୍ଧିତ ଖବର