ଘଟଗାଁ: ନରଣପୁର-ଡ଼ୁବୁରି ରାସ୍ତାର ଉକୁଚାବେଡାଠାରେ କେନ୍ଦୁଝର ପୌରପାଳିକା ପକ୍ଷରୁ ମନଇଚ୍ଛା ଅଳିଆ ଆବର୍ଜନା ପକାଯାଉଛି। ଏହାର ପ୍ରତିବାଦରେ ଶତାଧିକ ପୁରୁଷ, ମହିଳା ନରଣପୁର-ଡ଼ୁବୁରି ରାସ୍ତା ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହଶହ ଗାଡ଼ି ଅଟକି ରହିଥିଲେ। ପଣ୍ଡାପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା। ଅଳିଆ ନ ଉଠିବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରି ରହିବ ବୋଲି ଗ୍ରାମବାସୀ କହିଥିଲେ।

Advertisment

ଗ୍ରାମବାସୀଙ୍କ କହିବା ଅନୁସାରେ, ଉକୁଚାବେଡ଼ା ଗ୍ରାମ ନିକଟରେ ପୌରପାଳିକା ପକ୍ଷରୁ ଲୋକଙ୍କ ପଟ୍ଟାଭୁକ୍ତ ଜମିରେ ବେଆଇନ ଭାବେ ଅଳିଆ ଆବର୍ଜନା ପକାଯାଉଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ପୂର୍ବତନ ଗ୪ ୨୮ ତାରିଖରେ ସମ୍ପୃକ୍ତ ସ୍ଥାନରୁ ଅଳି ଉଠା ନଗଲେ ରାସ୍ତାରୋକ କରାଯିବ ବୋଲି ପଣ୍ଡାପଡ଼ା ଥାନାରେ ଲିଖିତ ଭାବେ ଜଣାଯାଇଥିଲା। ପୌରପାଳିକା ପକ୍ଷରୁ କୌଣସି ପଦ‌କ୍ଷେପ ନିଆ ନଯିବାରୁ ଆଜି ରାସ୍ତା ଅବରୋଧ କରାଯାଇଥିବା ଲୋକେ କହିଛନ୍ତି। ଦୀର୍ଘ ଦୁଇଘଣ୍ଟା ଧରି ରାସ୍ତା ଅବରୋଧ ପରେ ପୌରପାଳିକା ପକ୍ଷରୁ ଆବର୍ଜନା ହଟା ଯାଇଥିଲା। ଏହା ପରେ ଲୋକେ ଅପରାହ୍‌ଣ ପ୍ରାୟ ୨ଟା‌ବେଳେ ରାସ୍ତାରୋକ ପ୍ରତ୍ୟାହାର କରିଥିଲେ।