କଲମପୁର : କଲମପୁର ବ୍ଲକ୍ ହାତୀ ନଦୀ ପାତ୍ରବସା ଘାଟରେ ପୋଲ ନିର୍ମାଣ କାମ ୬ ବର୍ଷ ତଳୁ ଆରମ୍ଭ ହୋଇଛି। ହେଲେ ଆଜି ପର୍ଯ୍ୟନ୍ତ ତାହା ସଂପୂର୍ଣ୍ଣ ହୋଇ ପାରୁନାହିଁ। ଫଳରେ ଜନସାଧାରଣଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି।
ପ୍ରକାଶ ଯେ, ପାତ୍ରବସା- ବଡ଼କୁଟୃକୁ ସଂଯୋଗ କରିବା ସକାଶେ ହାତୀ ନଦୀ ପାତ୍ରବସା ଘାଟରେ ୯କୋଟି ୬୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପୋଲ ନିର୍ମାଣ ପାଇଁ ଲଡୁଗାଁସ୍ଥିତ ଡିଡି ବିଲଡର ନାମକ ଏକ ସଂସ୍ଥାକୁ ଦାୟିତ୍ବ ଦିଆଯାଇଥିଲା। ୨୦୧୪-୧୫ ଆର୍ଥିକ ବର୍ଷରେ ଏହି କାର୍ଯ୍ୟ ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଜନ ମାଧ୍ୟମରେ ଆରମ୍ଭ ହୋଇଥିଲା। ତତ୍କାଳୀନ ଧର୍ମଗଡ଼ ବିଧାୟକ ପୁଷ୍ପେନ୍ଦ୍ର ସିଂହଦେଓ ୧୪.୯.୨୦୧୪ ତାରିଖରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଚୁକ୍ତି ମୁତାବକ ଏହା ୨୩.୯.୨୦୧୭ରେ ସଂପୂର୍ଣ୍ଣ ହେବାର ଲକ୍ଷ୍ୟଧାର୍ଯ୍ୟ ରଖାଯାଇଥିଲା। ହେଲେ ଲକ୍ଷ୍ୟଧାର୍ଯ୍ୟଠାରୁ ୩ବର୍ଷ ଅଧିକ ହୋଇ ସାରିଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ପାରି ନାହିଁ। ଏନେଇ ବିଭାଗୀୟ ଯନ୍ତ୍ରୀ ଜେନା ନାଏକଙ୍କୁ ପଚାରିବାରୁ ବର୍ତ୍ତମାନ କାର୍ଯ୍ୟ ଚାଲୁ କରାଯାଇଛି, ଶୀଘ୍ର ସରିଯିବ, ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା କାର୍ଯ୍ୟକ୍ଷମ ହୋଇପାରିବ ବୋଲି ସେ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/kalahandi-ff.jpg)