ମିସନଶକ୍ତି ଗୃହକୁ ନେଇ ଅସନ୍ତୋଷ: ଏମ୍‌ବିକେଙ୍କୁ ତାଲା ପକାଇଲେ

ଧାମନଗର: ଧାମନଗର ବ୍ଲକ ଅନ୍ତର୍ଗତ ବୟାଂଡ଼ିହ ପଂଚାୟତର ମିସନଶକ୍ତି ଯୋଜନାରେ ମହିଳାମାନେ ସ୍ବାବଲମ୍ବୀ ହେବା ପାଇଁ ବିଭିନ୍ନ ତାଲିମ ପ୍ରଦାନ କରାଯାଇ ସେମାନେ କିପରି ରୋଜଗାରକ୍ଷମ ହୋଇପାରିବେ ସେ ନେଇ ବିଭିନ୍ନ ଯୋଜନା ପ୍ରଣୟନ କରାଯାଉଛି।

ମାତ୍ର ମହିଳା ମହାସଂଘ ଓ ମିସନଶକ୍ତିର ସଭ୍ୟମାନଙ୍କ ମଧ୍ୟରେ ବିବାଦ ଯୋଗୁ ଅସନ୍ତୋଷ ଦେଖାଦେଇଛି। ବୟାଂଡ଼ିହ ପଂଚାୟତର ମିସନଶକ୍ତି ଗୃହ ଦୀର୍ଘଦିନ ହେବ ନିର୍ମାଣ ସରିଥିଲେ ମଧ୍ୟ ମହିଳା ମହାସଂଘର ପୂର୍ବତନ କାର୍ଯ୍ୟକର୍ତ୍ତାମାନେ ମିସନଶକ୍ତି ଗୃହର ଚାବିକାଠି ଓ ଅାବଶ୍ୟକୀୟ କାଗଜପତ୍ର ଦେଉନଥିବାରୁ ଏନେଇ ସୋମବାର ବୟାଂଡ଼ିହସ୍ଥିତ ବନ୍ୟା ଆଶ୍ରୟସ୍ଥଳରେ ମିଶନ ଶକ୍ତି ପକ୍ଷରୁ ଏମ୍‌ବିକେ ଓ ସିଅାରପିମାନେ ବୈଠକ କରୁଥିବା ବେଳେ ଏହି ସମୟରେ କେତେକ ଏସ୍ଏଚଜି ଗୃପ୍‌ର ମହିଳାମାନେ ଅତର୍କିତ ଭାବେ ଏମ୍‌ବିକେଙ୍କୁ ଗାଳିଗୁଲଜ ଓ ମାଡ଼ ମାରି ଘରେ ପୂରାଇ ଚାବିପକାଇ ଦେଇଥିଲେ। ଖବର ପାଇ ଧୂଷୁରୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଏମ୍‌ବିକେଙ୍କ ପକ୍ଷରୁ ଧୂଷୁରୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା ପକ୍ଷରୁ ଘଟଣାର ତଦନ୍ତ କରାଯାଉଛି।

ସମ୍ବନ୍ଧିତ ଖବର