ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍‌ ମୂଷାଖୋରୀଠାରେ ଅକ୍ଷୟତୃତୀୟା ଅବସରରେ ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳନ କରାଯାଇଛି। ଜିଲ୍ଲା କୃଷି ଅଧିକାରୀ ରାମକୃଷ୍ଣ ପଣ୍ଡାଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କେନ୍ଦୁଝର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଯୋଗଦେଇ ଅଖିମୁଠି ଅନୁକୂଳ କରିଥିଲେ। କେନ୍ଦୁଝର ଜିଲ୍ଲାରେ ଚାଷୀଙ୍କ ଆୟ କିପରି ବୃଦ୍ଧି ପାଇବ ସେ ସମ୍ପର୍କରେ ଶ୍ରୀ ମାଝୀ ଆଲୋଚନା କରିଥିଲେ।

Advertisment

publive-image

ଏହି କାର୍ଯ୍ୟକ୍ରମରେ ବଡ଼ପାଟଣା ସମିତିସଭ୍ୟ ମୋହନ ସୁନ୍ଦର ମହାନ୍ତ, ସରପଞ୍ଚ ବିନତି ବାନରା, ସରପଞ୍ଚ ଭାମାମଣି ଦାସ, ବିଜେଡି ନେତା ମିତ୍ରଭାନୁ ମହାନ୍ତ, ଉଦ୍ୟାନ ବିଭଗ ଉପନିର୍ଦ୍ଦେଶକ ଜୟନ୍ତୀ ନାୟକ, ସୁଶାନ୍ତ କୁମାର ସାହୁ, ଘଟଗାଁ କୃଷି ଜିଲ୍ଲା ଅଧିକାରୀ ମିହିର କୁମାର ସାହୁ, ଡାକ୍ତର ବିଜୟ କୁମାର ସେଠୀ, ସୁରେନ ମହାନ୍ତ, ପାଟଣା କୃଷି ଅଧିକାରୀ କୃପାସିନ୍ଧୁ ସାହୁ, ସହକାରୀ କୃଷି ଅଧିକାରୀ ପରେଶ କୁମାର ଦାସ, ବର୍ଷା ବୈଶାଳୀ, ଜଗଦୀଶ ବାରିକ, ଅଭୟ କୁମାର ରାଉତ, ସୁକାନ୍ତ ବିଶ୍ୱାଳ, ଦୁର୍ଗାଚରଣ ତ୍ରିପାଠୀ, ସ୍ବେଚ୍ଛାସେବୀ ସଂଗଠନ ‘ଭାରତ’ର ଆଞ୍ଚଳିକ ଅଧିକାରୀ ଶିବନାଥ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ।