ଭୁବନେଶ୍ବର : ଆସନ୍ତା ୧୩ ତାରିଖ ଶନିବାର ସନ୍ଧ୍ୟା ୬ଟାରେ ଭୁବନେଶ୍ବରର ଜୟଦେବ ଭବନରେ ‘ସମ୍ବାଦ’ ଗ୍ରୁପ୍ର ଲୋକପ୍ରିୟ ମାସିକ ଗଳ୍ପ ପତ୍ରିକା ‘କଥା’ର ୩୪ତମ ବାର୍ଷିକ ଉତ୍ସବ ଓ ନବପ୍ରତିଭା ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହେବ। ଏହି ଉତ୍ସବରେ ଦିଲ୍ଲୀ ପ୍ରେସ୍ର ପ୍ରକାଶକ ତଥା ମୁଖ୍ୟ ସଂପାଦକ ଶ୍ରୀ ପରେଶ ନାଥ ମୁଖ୍ୟ ଅତିଥି ଏବଂ ବିଶିଷ୍ଟ ଗାଳ୍ପିକ ତଥା କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ପ୍ରକାଶ ପାଉଥିବା ପତ୍ରିକା ‘ସମକାଳୀନ ଭାରତୀୟ ସାହିତ୍ୟ’ର ସଂପାଦକ ଶ୍ରୀ ବଳରାମ ମୁଖ୍ୟବକ୍ତା ଭାବେ ଯୋଗ ଦେବେ। ‘ସମ୍ବାଦ’ର ସଂପାଦକ ତଥା ‘କଥା’ର ମୁଖ୍ୟ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଏହି ଉତ୍ସବରେ ପୌରୋହିତ୍ୟ କରିବେ। ଏହି ଅବସରରେ ୨୦୨୦ ବର୍ଷର କଥା ନବପ୍ରତିଭା ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରାଯିବ।
/sambad/media/post_attachments/wp-content/uploads/2021/03/kathatie.jpg)
ଏହି ଅବସରରେ ‘କଥା’ର ନିର୍ବାଚିତ ସଂପାଦକୀୟଗୁଡ଼ିକୁ ନେଇ ସଂକଳିତ ‘କଥାଟିଏ’ର ଦ୍ବିତୀୟ ଭାଗ ଉନ୍ମୋଚିତ ହେବ। ପୂର୍ବରୁ ‘କଥାଟିଏ’ର ୧ମ ଭାଗ ପାଠକପାଠିକାଙ୍କ ଦ୍ବାରା ପ୍ରଚୁର ଆଦୃତି ଲାଭ କରିଛି। ‘ଆମ ଓଡ଼ିଶା’ ଦ୍ବାରା ପ୍ରକାଶିତ ‘କଥାଟିଏ’ର ଦ୍ବିତୀୟ ଭାଗର ମୂଲ୍ୟ ରହିଛି ୧୨୦ ଟଙ୍କା। ଉନ୍ମୋଚନ ଦିବସେର ଏହାର ରିହାତି ମୂଲ୍ୟ ମାତ୍ର ୮୦ ଟଙ୍କା ରଖାଯାଇଛି। ‘କଥାଟିଏ’ର ୧ମ ଓ ୨ୟ ଭାଗ ଏକତ୍ର ୨୫୦ ଟଙ୍କା ପରିବର୍ତ୍ତେ ମାତ୍ର ୧୫୦ ଟଙ୍କାରେ ଉପଲବ୍ଧ ହେବ। କେବଳ ଉନ୍ମୋଚନ ଦିବସ ପାଇଁ ଏହି ରିହାତି ଦର ଲାଗୁ ହେବ। ଏହି କାର୍ଯ୍ୟକ୍ରମରେ ଯୋଗ ଦେବାଲାଗି ରାଜ୍ୟର ଲେଖକଲେଖିକା, ବୁଦ୍ଧିଜୀବୀ ଏବଂ ପୃଷ୍ଠପୋଷକମାନଙ୍କୁ ‘ସମ୍ବାଦ’ ପକ୍ଷରୁ ଅନୁରୋଧ କରାଯାଇଅଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/katha-guest.jpg)