ରାଜସ୍ବ ରଥ ମାଧ୍ୟମରେ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ

ନୂଆପଡ଼ା : ରାଜସ୍ବ ବିଭାଗର ପକ୍ଷରୁ ରାଜସ୍ୱ ରଥ ମାଧ୍ୟମରେ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ହୋଇଛି। ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍‌ରେ ନିୟମିତ ଭାବରେ ଏହି ସେବା ମିଳୁଛି। ଏହିକ୍ରମରେ ନୂଆପଡ଼ା ତହସିଲର ୪ଟି ରାଜସ୍ୱ ମଣ୍ଡଳର ୨୭ଜଣଙ୍କ ଜମିପଟ୍ଟା ସେମାନଙ୍କ ଘର ନିକଟରେ ଦିଆଯାଇଛି।

କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ତରଣୀସେନ ନାୟକ ଯୋଗଦେଇ ଏହି ନୂତନ ଯୋଜନା ଉପରେ ଆଲୋକପାତ କରିଥିଲେ। କରୋନା ସମୟରେ ଲୋକେ ଘରେ ବସି ରାଜସ୍ୱ ସମ୍ବନ୍ଧୀୟ ସୁବିଧା ପାଇବା ପାଇଁ ଏଭଳି କାର୍ଯ୍ୟକ୍ରମ ହୋଇଛି ବୋଲି କହିଥିଲେ। ନୂଆପଡ଼ା ତହସିଲଦାର ଦେବେନ୍ଦ୍ର ରାଉତ ଏହି ଯୋଜନାରେ ଜୁଲାଇ ମାସରେ ୬୦ଜଣଙ୍କୁ ପଟ୍ଟା ପ୍ରଦାନ କରାଯାଇଥିବା ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ତହସିଲଦାର ଅଶ‌େଷା ବାଗ ଓ ମନୋଜ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର