ଭଦ୍ରକ ଓ ବାଲେଶ୍ବରରେ ବାତ୍ୟାବିପନ୍ନଙ୍କୁ ରୁଚି ପକ୍ଷରୁ ରିଲିଫ୍‌ ବଣ୍ଟନ

କଟକ : ବାତ୍ୟା ଓ ସାମୁଦ୍ରିକ ଜୁଆର ଦ୍ବାରା କ୍ଷତିଗ୍ରସ୍ତ ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର ମୋଟ ୪ ହଜାର ବିପନ୍ନ ପରିବାରଙ୍କୁ ରୁଚି ଶିଳ୍ପୋଦ୍ୟୋଗ ପକ୍ଷରୁ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି। ଭଦ୍ରକ ଜିଲ୍ଲାର ସମୁଦ୍ରକୂଳିଆ ଧାମରା ଓ ଦୋସିଙ୍ଗା ପଞ୍ଚାୟତର ବିପନ୍ନମାନଙ୍କୁ ସ୍ଥାନୀୟ ସରପଂଚ ପ୍ରିୟରଂଜନ ଜେନା, ପଂଚାୟତ ସମିତି ସଦସ୍ୟ ନରେନ୍ଦ୍ର ମାଇତି ଓ ପଂଚାୟତ ନିର୍ବାହୀ ଅଧିକାରୀ ରଜନୀକାନ୍ତ ବଳଙ୍କ ଜରିଆରେ ୨ହଜାର ପରିବାରକୁ ରିଲିଫ୍‌ ବଣ୍ଟନ କରାଯାଇଥିଲା।

ସେହିପରି ବାଲେଶ୍ବର ଜିଲ୍ଳାର ସୋର ବ୍ଳକରେ ସ୍ଥାନୀୟ ବିଡିଓ ସୁଶାନ୍ତ କୁମାର ବାରିକ ଓ ବାଲେଶ୍ବର ସଦର ବ୍ଲକରେ ବିଡିଓ ନରେନ୍ଦ୍ର ଖମାରୀ, ଏବିଡିଓ ମାନସ କୁମାର ଚୌଧୁରୀ ପ୍ରମୁଖ ୨ହଜାର ପରିବାର ପାଇଁ ସାମଗ୍ରୀ ଗ୍ରହଣ କରି ଅଧିକ କ୍ଷତିଗ୍ରସ୍ତ ଗ୍ରାମଗୁଡ଼ିକରେ ବଣ୍ଟନ କରିଥିଲେ। ‘ରୁଚିର ପରିଚାଳନା ନିର୍ଦ୍ଦେଶକ ବିଶିଷ୍ଟ ଉଦ୍ୟୋଗୀ ଡକ୍ଟର ଶରତ କୁମାର ସାହୁଙ୍କ ସହଯୋଗରେ ଲୋକସଂପର୍କ ପ୍ରବନ୍ଧକ ଶୁଭେନ୍ଦୁ କୁମାର ଭୂୟାଁଙ୍କ ନେତୃତ୍ବରେ ବରିଷ୍ଠ ସୂଚନା ଅଧିକାରୀ ଡକ୍ଟର ନିହାର ରଂଜନ ସାହୁ ଓ ବିଜିନେସ ଡେଭେଲପମେଣ୍ଟ ଅଧିକାରୀ ମାନସ କୁମାର ବେହେରା ପ୍ରମୁଖ କ୍ଷତିଗ୍ରସ୍ତଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରିଥିଲେ। ବିପନ୍ନଙ୍କ ପାଖରେ ତତ୍କାଳ ଏହି ସାମଗ୍ରୀ ପହଞ୍ଚାଇବାରେ କେନ୍ଦ୍ରା‌ଞ୍ଚଳ ରାଜସ୍ବ କମିସନର ଅନୀଲ କୁମାର ସାମଲ, ବାଲେଶ୍ବର ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ, ଉପ-ଜିଲ୍ଲାପାଳ ଆଶିଷ ପାଟିଲ, ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଓ ଅତିରିକ୍ତ ଜିଲ୍ଳାପାଳ ମଧୁସୂଦନ ଦାସଙ୍କୁ ରୁଚି ପରିବାର ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି।

ସମ୍ବନ୍ଧିତ ଖବର