‘ସହଯୋଗ’ ପକ୍ଷରୁ ପାଠପଢ଼ା ସାମଗ୍ରୀ, ରେସନ୍ ଓ ଶାଢ଼ି ବଣ୍ଟନ

କଟକ: କଟକ ଜିଲ୍ଲା କଣ୍ଟାପଡା ବ୍ଲକ ଉରାଢ଼ ପଞ୍ଚାୟତର ତଣ୍ଡିକଣା ଗ୍ରାମର ମା ସପ୍ତଫଣୀ ପୀଠରେ ସହଯୋଗ ସଂଗଠନ ପଞ୍ଚାୟତର ଶତାଧିକ ଗରିବ ଅସହାୟ ବ୍ୟକ୍ତି ଏବଂ ଛାତ୍ରଛାତ୍ରୀ ମାନଙ୍କୁ ମାଗଣା ପାଠପଢ଼ା ସାମଗ୍ରୀ, ମାସିକିଆ ରାସନ୍ ସମଗ୍ରୀ ଓ ଶାଢ଼ି ବାଣ୍ଟିଛି।

ଡ଼ ଗଙ୍ଗାଧର ସ୍ୱାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ କଣ୍ଟାପଡ଼ା ବ୍ଲକର ପୂର୍ବତନ ଚେୟାରମେନ ପ୍ରତାପ ଚନ୍ଦ୍ର ରାଉତରାୟ ଯୋଗ ଦେଇଥିଲେ।  ସରପଞ୍ଚ କୁନୀ  ଭୋଇ ଓ ସମିତି ସଭ୍ୟା ସୌଦାମିନୀ ରାଉତଙ୍କ ସମେତ ଟୁଲୁ ସ୍ୱାଇଁ, ସମାଜସେବୀ ବିଘ୍ନରାଜ ମହାପାତ୍ର, ନିରଞ୍ଜନ ରାଉତ, ସ୍ଵାଧୀନ ସ୍ୱାଇଁ, ସୁବୋଧ ପରିଡ଼ା, ପ୍ରଭାକର ସ୍ୱାଇଁ, ସୁକାନ୍ତ ସାହୁ ,ପ୍ରମୋଦ ପ୍ରଧାନ, ଭାଗ୍ୟଶ୍ରୀ ସ୍ୱାଇଁ , ପିଙ୍କି ବସ୍ତିଆ, ରବୀନ୍ଦ୍ର ମଲ୍ଲିକ, କିଶୋର ପରିଡ଼ା, ପପୁଲି ପରିଡ଼ା,ନାଥ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ସ୍ଥାନୀୟ ଅଞ୍ଚଳର ବାପା-ଝିଅ ନାରାୟଣ ସ୍ୱାଇଁ ଓ ମଧୁସ୍ମିତା ସ୍ୱାଇଁଙ୍କ ମାନବସେବାର ପ୍ରଶଂସା କରି ଏଥିରେ ସାମିଲ ହେବାକୁ ମୁଖ୍ୟ ଅତିଥି ସମସ୍ତଙ୍କୁ ଆହ୍ବାନ ଦେଇଥିଲେ।

ସମ୍ବନ୍ଧିତ ଖବର