କୋରାପୁଟ: କେନ୍ଦ୍ର ମତ୍ସ୍ୟ ଓ ପଶୁ ସମ୍ପଦ ରାଷ୍ଟ୍ର ମନ୍ତ୍ରୀ ସଞ୍ଜୀବ କୁମାର ବଲ୍ୟାନ ଆଜି ସକାଳେ ଦିନିକିଆ କୋରାପୁଟ ଗସ୍ତରେ ଆସି ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି। ତେବେ ଚାରିଦିନ ପୂର୍ବରୁ ତାଙ୍କ ଜିଲ୍ଲା ଗସ୍ତ ସମ୍ପର୍କରେ ଜଣାଯାଇଥିଲା ବେଳେ ଜିଲ୍ଲାପାଳ ଅନୁପସ୍ଥିତ ରହିବାକୁ ନେଇ ମନ୍ତ୍ରୀ କ୍ଷୋଭ ପ୍ରକାଶ କରିଛନ୍ତି ।
ଡିଆରଡିଏ ପ୍ରକଳ୍ପ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମୀକ୍ଷା ବୈଠକରେ ଆବାସ ଯୋଜନା, ନରେଗା, କିଶାନ୍ ସମ୍ମାନ ନିଧି ଭଳି କେନ୍ଦ୍ର ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଯୋଜନା ସମ୍ପର୍କରେ ତଥ୍ୟ ଦେବାରେ ଅସମର୍ଥ ହୋଇଥିବା ମନ୍ତ୍ରୀ ଅଭିଯୋଗ କରିଛନ୍ତି । ପ୍ରଶାସନ ଯେଉଁ ହିତାଧିକାରୀଙ୍କୁ ତାଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ ସେମାନଙ୍କ ମାଧ୍ୟମରେ ପ୍ରଶାସନ କଣ ଜଣାଇବାକୁ ଚାହିଁଥିଲା ସେ ନେଇ ମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ବିଜେଡିର ସ୍ଥାନୀୟ ବିଧାୟକ ଏବଂ ବିରୋଧୀ ଦଳର ବିଧାୟକ ଓ ସାଂସଦ ମଧ୍ୟ ନିମନ୍ତ୍ରଣ ଯାଇଥିଲେ ସୁଦ୍ଧା ସମୀକ୍ଷା ବୈଠକରେ ଯୋଗନଦେବା ତାଙ୍କୁ ଦୁଃଖ ଦେଇଥିବା ମନ୍ତ୍ରୀ ଜଣାଇଛନ୍ତି।
/sambad/media/post_attachments/wp-content/uploads/2022/04/IMG-20220412-WA0022-1024x472.jpg)
ରାଜ୍ୟ ସରକାର ୨୦୨୪ ନିର୍ବାଚନ ପାଇଁ କରୁଥିବା ରାଜନୀତି ଆଜିଠାରୁ ଆରମ୍ଭ କରିଦେଇଥିବା ଫଳରେ ଆକାଂକ୍ଷା ଜିଲ୍ଲାର ସମୀକ୍ଷା କରିବା ପାଇଁ ତାଙ୍କ ଗସ୍ତକୁ ଏପରି ଅସହଯୋଗ କରିଥିବା ସେ ଅଭିଯୋଗ କରିଛନ୍ତି । କୋରାପୁଟ ଅଞ୍ଚଳରେ ମତ୍ସ୍ୟ ଓ ପଶୁ ସମ୍ପଦକୁ ନେଇ ଜୀବନ ଜୀବିକାକୁ ସୁଦୃଢ଼ କରିବାର ସମ୍ଭାବନା ଥିବା ବେଳେ ରାଜ୍ୟ ସରକାର ଏ ଦିଗରେ ନିଜେ କିଛି ପଦକ୍ଷେପ ନେଉନଥିବା ବେଳେ କେନ୍ଦ୍ର ସରକାରଙ୍କ ଯୋଜନାକୁ କେତେଦୂର କାର୍ଯ୍ୟକାରୀ କରାଉଛନ୍ତି ତାର ତଥ୍ୟ ଜାଣିବାର ସୁଯୋଗ ସରକାରୀ କଳ ଦେଇନଥିଲେ ବୋଲି ସେ ଜଣାଇଛନ୍ତି ।
ସ୍ଥାନୀୟ ବିଧାୟକ ତଥା ସାଂସଦଙ୍କ ଅନୁପସ୍ଥିତି ଯୋଗୁଁ ସମୀକ୍ଷା ବୈଠକରେ ପୂର୍ବତନ ସାଂସଦ ବଳଭଦ୍ର ମାଝୀଙ୍କ ଉପସ୍ଥିତିରେ ଅଞ୍ଚଳର ବିକାଶର ସମୀକ୍ଷା କରିବା ପାଇଁ ମନ୍ତ୍ରୀ କରିଥିବା ଅନୁରୋଧକୁ ମଧ୍ୟ ପ୍ରାଶାସନିକ ଅଧିକାରୀ ପ୍ରତ୍ୟାଖ୍ୟାନ କରିଦେଇଥିବା ଯୋଗୁଁ ଅଞ୍ଚଳରେ ଚାଲିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ତାଙ୍କ ପ୍ରଶ୍ନର ଜବାବ ମିଳିପାରିନଥିଲା ବୋଲି ମନ୍ତ୍ରୀ ଜଣାଇଛନ୍ତି । ଏହି ବୈଠକ ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଫଟୋ ମଧ୍ୟ ଉଠାଇବାକୁ ମନା କରି ପ୍ରାଶାସନିକ ଅଧିକାରୀ ହଲ ମଧ୍ୟରୁ ଠେଲି ଦେଇ ବାହାର କରିଦେବା ଘଟଣାକୁ ମନ୍ତ୍ରୀ ନିନ୍ଦା କରିବା ସହ ପ୍ରାଶାସନିକ ଅଧିକାରୀ ଅସହଯୋଗ କରିଥିବା ସମୟରେ ଅନେକ ତଥ୍ୟ ସେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା କରି ଜାଣିବାକୁ ପାଇଥିବା ସ୍ପଷ୍ଟ କରିଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କରାଯାଇଥିବା ପ୍ରଶାସନିକ ଅସହଯୋଗ ଫଳରେ ତାଙ୍କ ଏହି ଗସ୍ତ ସଂପୂର୍ଣ୍ଣ ରୂପେ ବିଫଳ ହୋଇଥିବା ବେଳେ ଜିଲ୍ଲାର ବିକାଶ ସମ୍ବନ୍ଧରେ ବିଜେପି କର୍ମକର୍ତ୍ତା ଓ ସାମ୍ବାଦିକଙ୍କ ଠାରୁ ମିଳିଥିବା ତଥ୍ୟକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବେ ବୋଲି ଜଣାଇଛନ୍ତି । ସରକାରଙ୍କ ଏପରି ଅସହଯୋଗର ଅଭିଯୋଗ ସମ୍ପର୍କରେ ପ୍ରତିକ୍ରିୟା ଜାଣିବାକୁ ସାମ୍ବାଦିକ ମାନେ ଚାହିଥିଲେ ମଧ୍ୟ ପ୍ରାଶାସନିକ ଅଧିକାରୀ ନିରୁତର ରହିଥିଲେ।
ତେବେ କେନ୍ଦ୍ର ମନ୍ତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜିଲ୍ଲାପାଳ ଅବଦଲ ଏମ.ଅଖତର। ହାଇକୋର୍ଟରେ ଡବ୍ଲୁ ପି(ସି)୨୫୧୯୭/୨୦୧୯ରେ ଏକ ବ୍ୟକ୍ତିଗତ ଉପସ୍ଥିତି ରହିଥିବାରୁ ୧୦ ତାରିଖରୁ ୧୨ ତାରିଖ ଯାଏଁ ସେଠାରେ ରହିଛନ୍ତି। ଏଣୁ ଆଜିର ସମୀକ୍ଷା ବୈଠକରେ ଯୋଗ ଦେଇ ପାରି ନ ଥିବା ଗଣମାଧ୍ୟମକୁ ଜଣାଇଛନ୍ତି। କିନ୍ତୁ ସମୀକ୍ଷା ବୈଠକରେ ସବୁ ସରକାରୀ ଉଚ୍ଚପଦସ୍ତ ଅଧିକାରୀ ଓ ସହକାରୀ ଜିଲ୍ଲାପାଳଙ୍କୁ ଉପସ୍ଥିତି ରହିବା ପାଇଁ ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/IMG-20220412-WA0024.jpg)