ବାରିପଦା : ଶ୍ୟାମାଖୁଣ୍ଟା ବ୍ଲକ୍ ଅନ୍ତର୍ଗତ ବାହାଦୁରପୁର ଅଞ୍ଚଳରେ ନାବାଳକ ସହିତ ନାବାଳିକାର ବିବାହ ଉଦ୍ୟମକୁ ବନ୍ଦ କଲା ପ୍ରଶାସନ

ବାରିପଦା : କରୋନାରେ ନାବାଳକଙ୍କ ସହିତ ନାବାଳିକାଙ୍କୁ ବିବାହ ଉଦ୍ୟମ। ମାତ୍ର ଏହାକୁ ପଣ୍ଡ କରିଛି ପ୍ରଶାସନ। ଘଟଣା ଘଟିଛି ଶ୍ୟାମାଖୁଣ୍ଟା ବ୍ଲକ୍ ଅନ୍ତର୍ଗତ ବାହାଦୁରପୁର ଅଞ୍ଚଳରେ। ଆଜି ବେଆଇନ ଭାବେ ଜଣେ ନାବାଳକଙ୍କ ସହିତ ନାବାଳିକାଙ୍କର ବିବାହ ହେଉଥିବା ଖବର ପାଇ ବାରିପଦା ସଦର ଥାନା ଆଇଆଇସି ପ୍ରେମଦା ନାୟକ ଚାଇଲ୍ଡ ଲାଇନ୍‌ସକୁ ଖବର ଦେଇଥିଲେ। ପରେ ଘଟଣାସ୍ଥଳରେ ସିଡିପିଓ, ଉକ୍ତ ଗ୍ରାମର ୱାର୍ଡମେମ୍ବର, ସରପଞ୍ଚ, ଅଙ୍ଗନୱାଡି, ଆଶା ଦିଦି ଓ ଚାଇଲ୍ଡ ଲାଇନ କର୍ମକର୍ତ୍ତା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ବିବାହ ବନ୍ଦ କରିଥିଲେ। ଉଭୟ ନାବାଳକ ଏବଂ ନାବାଳିକାଙ୍କ ପରିବାର ଓ ସମ୍ପର୍କୀୟଙ୍କୁ କାଉନ୍‌ସେଲିଂ କରି ଉଭୟ ସାବାଳକ/ସାବାଳିକା ନହେବା ପର୍ଯ୍ୟନ୍ତ ବିବାହ ନକରାଇବାକୁ ପରାମର୍ଶ ଦିଆଯାଇଥିଲା। ଉଭୟ ପକ୍ଷର ଅଭିଭାବକମାନେ ମଧ୍ୟ ଆଇନ ଅନୁଯାୟୀ ପ୍ରାପ୍ତ ବୟସ ନହେବା ପର୍ଯ୍ୟନ୍ତ ବିବାହ କରାଇବେ ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର