ବ୍ୟାସନଗର : ଯାଜପୁର ଜିଲ୍ଲା କ୍ରୀଡ଼ା ସଂସଦ ଆନୁକୂଲ୍ୟରେ ବ୍ୟାସନଗର ଷ୍ଟାଡିୟମ ଠାରେ ଆସନ୍ତା ଏପ୍ରିଲ ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ଦୌଡ଼କୁଦ ପ୍ରତିଯୋଗିତା ଅନୁଷ୍ଠିତ ହେବ। ୧ ତାରିଖରେ ୧୪ ଓ ୧୬ ବର୍ଷରୁ କମ ବିଭାଗର ଉଭୟ ବାଳକ ଓ ବାଳିକା, ୨ ତାରିଖରେ ୧୮ ବର୍ଷରୁ କମ ଓ ୨୦ ବର୍ଷରୁ କମ ବିଭାଗର ବାଳକ ଓ ବାଳିକା ଏବଂ ୩ ତାରିଖରେ ୨୩ ବର୍ଷରୁ କମ ଉଭୟ ପୁରୁଷ ଓ ମହିଳା ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ୧୪ ବର୍ଷରୁ କମ ବୟସର ଖେଳାଳିମାନଙ୍କ ଜନ୍ମ ୧.୧.୨୦୦୯ ରୁ ୩୧.୧୨.୨୦୧୦, ୧୬ ବର୍ଷରୁ କମ ବୟସର ଖେଳାଳିମାନଙ୍କର ଜନ୍ମ ୧.୧.୨୦୦୭ ରୁ ୩୧.୧୨.୨୦୦୮, ୧୮ ବର୍ଷରୁ କମ ବୟସର ଖେଳାଳିମାନଙ୍କ ବୟସ ୧.୧.୨୦୦୫ ରୁ ୩୧.୧୨.୨୦୦୬, ୨୦ ବର୍ଷରୁ କମ ବୟସର ଖେଳାଳିମାନଙ୍କ ବୟସ ୧.୧.୨୦୦୩ ରୁ ୩୧.୧୨.୨୦୦୪ ଓ ୨୩ ବର୍ଷରୁ କମ ବୟସର ଖେଳାଳିମାନଙ୍କର ବୟସ ୧.୧.୨୦୦୦ ରୁ ୩୧.୧୨.୨୦୦୨ ମଧ୍ୟରେ ହୋଇଥିବା ଆବଶ୍ୟକ। ପୁରୁଷ ଓ ମହିଳା ବିଭାଗରେ ଖେଳାଳିମାନେ ୩୧.୧୨.୧୯୯୯ ପୂର୍ବରୁ ଜନ୍ମ ହୋଇଥିବା ଆବଶ୍ୟକ। ୧୪ ବର୍ଷରୁ କମ ଓ ୧୬ ବର୍ଷରୁ କମ ବୟସର ଖେଳାଳିମାନଙ୍କ ଜନ୍ମ ପ୍ରମାଣପତ୍ର ଜରୁରୀ। ଅନ୍ୟବର୍ଗର ଖେଳାଳିମାନେ ଜନ୍ମ ପ୍ରମାଣପତ୍ର କିମ୍ବା ମେଟ୍ରିକ୍ ସାର୍ଟିଫିକେଟ୍ ଦେଇପାରିବେ।

Advertisment

ଜଣେ ଖେଳାଳି ବ୍ୟକ୍ତିଗତ ଭାବେ ଦୁଇଟି ଖେଳରେ ଭାଗ ନେଇପାରିବେ। ଖେଳାଳିମାନେ ଯେ କୌଣସି ସ୍କୁଲ, କଲେଜ ଓ କ୍ଲବ୍ ମାଧ୍ୟମରେ ନିଜର ନାମ ପଞ୍ଜିକୃତ କରିପାରିବେ। ଆବେଦନ କରିବା ପାଇଁ ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କ କାର୍ଯ୍ୟାଳୟ ଓ ବ୍ୟାସନଗର ଷ୍ଟାଡିୟମ ଠାରେ ଥିବା ଜିଲ୍ଲା କ୍ରୀଡ଼ା ସଂସଦର କାର୍ଯ୍ୟାଳୟରୁ ଆବେଦନ ଫର୍ମ ପାଇପାରିବେ। ଆସନ୍ତା ୨୬ ତାରିଖ ସୁଦ୍ଧା ଫର୍ମ ଗୁଡ଼ିକ ପହଞ୍ଚାଇବାକୁ ହେବ। ନିର୍ଦ୍ଧାରିତ ତାରିଖ ପରେ କୌଣସି ଆବେଦନ ଗ୍ରହଣ କରାଯିବନାହିଁ। ଏହି ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳିମାନଙ୍କୁ ଆସନ୍ତା ଏପ୍ରିଲ୍ ୮ ତାରିଖରୁ ଭୁବନେଶ୍ବରର କିଟ୍ ବିଶ୍ବବିଦ୍ୟାଳୟ ଠାରେ ହେବାକୁ ଥିବା ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନେବାକୁ ସୁଯୋଗ ମିଳିବ ବୋଲି ସାଧାରଣ ସମ୍ପାଦକ ସଂବିତ ମହାନ୍ତି ସୂଚନା ଦେଇଛନ୍ତି। ଅଧିକ ବିବରଣୀ ପାଇଁ ଆଥଲେଟିକ୍ ସମ୍ପାଦକ ମନିନ୍ଦ୍ର କୁମାର ଧଳଙ୍କୁ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।