ବାରିପଦା : ମୟୂରଭଞ୍ଜ ଜିଲ୍ଲା ବିଜେପି ପକ୍ଷରୁ ସମ୍ବିଧାନ ପ୍ରତିଷ୍ଠା ଦିବସ ଅବସରରେ ଏହାର ସୁରକ୍ଷା ନିମିତ୍ତ ଅଙ୍ଗୀକାରବଦ୍ଧ ହେବା ନିମନ୍ତେ ଶପଥ କରାଯାଇଛି। ସ୍ଥାନୀୟ ୱାର୍ଡ ନଂ ୧୫ ପୂର୍ଣ୍ଣଚନ୍ଦ୍ରପୁର ତ୍ରିରଙ୍ଗା କ୍ଲବ ନିକଟରେ ଥିବା ଡ. ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ବାରିପଦା ନଗର ସଭାପତି ନିରଞ୍ଜନ ଦାଶଙ୍କ ନେତୃତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ସମ୍ପାଦକ ବିଶ୍ଵେଶ୍ବର ଟୁଡୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ, ବରିଷ୍ଠ ବିଜେପି ନେତା ଜୀବନ ସାହୁ, କବି ବିଷ୍ଣୁ ସତପଥୀ, ପୂର୍ବତନ ନଗର ସଭାପତି ବିଜୟ ଦାସ, ପ୍ରବୀଣ ପାତ୍ର, ଶୋଭାବତୀ ଓତା, ହେମଲତା ଦାସ, ଯୁବ ନେତା ଦେବବ୍ରତ ସାମଲ, ଅକ୍ଷୟ ଜେନା ପ୍ରମୁଖ ଉପସ୍ଥିତ ରହି ସମ୍ବିଧାନ ପ୍ରଣେତାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଜାତୀୟ ସମ୍ବିଧାନ ଦିବସ ପାଳିତ
ବାରିପଦା : ବାରିପଦାସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅତୁଲ କୁମାର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଜାତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ରାଉତ ଓ ଅମିତାଭ ମିଶ୍ର ବକ୍ତବ୍ୟ ଉପସ୍ଥାପନ କରି ଭାରତୀୟ ସମ୍ବିଧାନର ନୀତି ଓ ଆଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ । ଏହାପରେ ଉପସ୍ଥିତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସମ୍ବିଧାନର ସୁରକ୍ଷା ଓ ସଫଳ କାର୍ଯ୍ୟକାରିତା ସମ୍ପର୍କରେ ଶପଥପାଠ କରିଥିଲେ । ଶିକ୍ଷକ ଶଶୀଧର ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନା କରିଥିବା ସମୟରେ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ପ୍ରମୁଖଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଏସକେ ରିଜୁଆନ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/BJP-2.jpg)